ମା’ କଟକ ଚଣ୍ଡୀ ମନ୍ଦିରରେ 5T ସଚିବ, ବିଭିନ୍ନ ସମସ୍ୟା ନେଇ ବରିଷ୍ଠ ଅଧିକାରୀଙ୍କ ସହ କଲେ ଆଲୋଚନା

କଟକ(କେନ୍ୟୁଜ୍) : ମା’ କଟକ ଚଣ୍ଡୀଙ୍କ ମନ୍ଦିର ପରିଦର୍ଶନ କଲେ 5T ସଚିବ । ମା’ଙ୍କ ଦର୍ଶନ କରିବା ସହ ମନ୍ଦିର ପ୍ରକଳ୍ପ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ୍‌। ବର୍ଷାଜଳ ନିଷ୍କାସନ, ପାର୍କିଂ ସମସ୍ୟା ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ମନ୍ଦିର ବେଢା ଭିତରେ ଭିଡ଼ ସମସ୍ୟା, ସୌନ୍ଦର୍ଯ୍ୟକରଣ ନେଇ ମଧ୍ୟ ସମୀକ୍ଷା କରିଛନ୍ତି । ଆସନ୍ତା ସାତ ଦିନ ଭିତରେ ଏକ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ। ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ସୂଚନା ଦେଇଛନ୍ତି। 5T ସଚିବଙ୍କ ସହ କଟକ ଜିଲ୍ଲାପାଳ, ସିଏମ୍‌ସି କମିଶନର ଓ କଟକ ଡିସିପି ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.