ରାଜ୍ୟ

ଦୁଇଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ, ହିଙ୍ଗୁଳା ମନ୍ଦିର ଟ୍ରଷ୍ଟ ବୋର୍ଡ ସହ କଲେ ଆଲୋଚନା

ଅନୁଗୋଳ(କେନ୍ୟୁଜ୍): ଆହୁରି ସମୃଦ୍ଧ ହେବ ଅନୁଗୋଳ । ଦୁଇଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ। ପ୍ରଥମେ ତାଳଚେର ଗସ୍ତ କରି ହିଙ୍ଗୁଳା ପୀଠରେ ପହଞ୍ଚି ମା ହିଙ୍ଗୁଳାଙ୍କ ଦର୍ଶନ କରିଛନ୍ତି। ମନ୍ଦିରର ବିକାଶ ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ନେଇ ପୂଜକ ଓ ହିଙ୍ଗୁଳା ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଆଲୋଚନା କରିଛନ୍ତି।

ଏହା ସହ ବ୍ରାହ୍ମଣୀନଦୀରୁ ପାଇପ ଯୋଗେ ଅନୁଗୋଳ ଓ ବଅଁରପାଳକୁ ପାନୀୟ ଜଳ ଯୋଗାଣ ନେଇ ଭିତ୍ତିଭୂମିର ସମୀକ୍ଷା ଥିଲେ 5T ସଚିବ। ପରେ ତାଳଚେର କଲେଜ ପଡ଼ିଆରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ନେଇ ଆପତ୍ତି ଅଭିଯୋଗ ଶୁଣିଛନ୍ତି। ଖୁବ ଶୀଘ୍ର ସମସ୍ୟାର ସମାଧାନ ନେଇ ସେ ଆଶ୍ୱାସନା ଦେଇଛନ୍ତି।

ତାଳଚେର ଗସ୍ତ ପରେ ଛେଣ୍ଡିପଦା ଯାଇ ପାତ୍ରପଡ଼ାର ମା ବାୟାଣୀ ପୀଠ ପରିଦର୍ଶନ କରିଛନ୍ତି। ପୀଠରେ ଦର୍ଶନ ସହ ଏହାର ବିକାଶ ନେଇ ଆଲୋଚନା କରିଛନ୍ତି। ପରେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି ଭିକେ ପାଣ୍ଡିଆନ। ବିଭିନ୍ନ ୱାର୍ଡ ବୁଲିବା ସହ ରୋଗୀ, ସଂପର୍କୀୟଙ୍କୁ ସରକାରଙ୍କ ମିଳୁଥିବା ଯୋଜନା ଓ ଡାକ୍ତରଖାନାର ସୁବିଧା ଅସୁବିଧା ନେଇ ପଚାରିବୁଝିଛନ୍ତି। ପରେ ଛେଣ୍ଡିପଦା ଷ୍ଟାଡିୟମ ଠାରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବା ସହ ସେମାନଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିବେ। ଦୁଇଦିନିଆ ଗସ୍ତରେ ସେ ଅନୁଗୋଳ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା ସହ ନିର୍ମାଣାଧୀନ କାର୍ଯ୍ୟର ଅଗ୍ରଗତି ଦେଖିବା କାର୍ଯ୍ୟକ୍ରମ ରହିଛି । .

KNews Bureau

Recent Posts

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

5 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

19 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

55 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

57 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

1 hour ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

1 hour ago