ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କଲେ 5T ସଚିବ, ପରିକ୍ରମା ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ କଲେ ଅନୁଧ୍ୟାନ

ପ୍ରକଳ୍ପ କାର୍ଯ୍ୟ କେତେ ସରିଛି, ଆଉ କେତେ ବାକି ଅଛି ବୁଲି ଦେଖିଛନ୍ତି ଫାଇଭ ଟି ସଚିବ । ଗ୍ରୀନ, ୟେଲୋ ଓ ବଫର୍‌ ଜୋନରେ ଅଗ୍ରଗତିର ଅନୁଧ୍ୟାନ ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ପୁରୀ (କେନ୍ୟୁଜ): ପୁରୀରେ ଫାଇଭ୍‌ ଟି ସଚିବ ଭି. କେ. ପାଣ୍ଡିଆନ୍‌ । ଆଜି ସକାଳୁ ସକାଳୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ ଅଗ୍ରଗତିର ସରଜମିନ୍‌ ଅନୁଧ୍ୟାନ କରିଛନ୍ତି । ପ୍ରକଳ୍ପ କାର୍ଯ୍ୟ କେତେ ସରିଛି, ଆଉ କେତେ ବାକି ଅଛି ବୁଲି ଦେଖିଛନ୍ତି ଫାଇଭ ଟି ସଚିବ । ଗ୍ରୀନ, ୟେଲୋ ଓ ବଫର୍‌ ଜୋନରେ ଅଗ୍ରଗତିର ଅନୁଧ୍ୟାନ ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଆସନ୍ତା ରଥଯାତ୍ରା ପୂର୍ବରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ହେଉଛି ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଫାଇଭ୍‌ ଟି ସଚିବ, ମୁଖ୍ୟ ସଚିବ ବିଭିନ୍ନ ସମୟରେ ପୁରୀ ଯାଇ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି । ବର୍ତ୍ତମାନ ଆଉଟର ଆସେସ ରୋଡ ର୍ନିମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହା ସରିବା ପରେ ଇନର ଆସେସ ରୋଡ ,ମେଘନାଦ ପାଚେରୀ ସହ ଆଉଟର ଆସେସ ରୋଡର ସଂଯୋଗ,ଯାତ୍ରୀଙ୍କ ପ୍ରତୀକ୍ଷା ଓ ଧ୍ୟାନ କେନ୍ଦ୍ର,ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ କରିଡ଼ର ର୍ନିମାଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.