ବାଣପୁର ସ୍ଥିତ ମାଆ ଭାଗବତୀଙ୍କ ଦର୍ଶନ କଲେ 5T ସଚିବ, ମନ୍ଦିରର ଉନ୍ନତିକରଣ ପାଇଁ ଦେଲେ ପ୍ରତିଶୃତି

ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ମାଆ ଭାଗବତୀଙ୍କ ଦର୍ଶନରେ 5T ସଚିବ ଭି.କେ ପାଣ୍ଡିଆନ । ଭଗବତୀ ମନ୍ଦିରର ଦର୍ଶନ କରିବା ପରେ ଏହାର ଉନ୍ନତିକରଣ ପାଇଁ ଦେଲେ ପ୍ରତିଶୃତି । ବାଣପୁର ସହରର ଉନ୍ନତି ପାଇଁ ଏକ ମାଷ୍ଟର ପ୍ଲାନକୁ କାର୍ଯ୍ୟକାରୀ କରିବାକୁ ଶ୍ରୀ ପାଣ୍ଡିଆନ ସମୀକ୍ଷା କରିଛନ୍ତି ।

pandian

 

ଏହି ସମୀକ୍ଷା ବେଳେ ଖୋର୍ଦ୍ଧା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ବାଣପୁର ତହସିଲଦାର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ବାଲୁଗାଁ ଏସଡିପିଓ, ବାଣପୁର ଆଇଆଇସି, ଏନଏସି ଅଧ୍ୟକ୍ଷ ଓ ମନ୍ଦିର ସେବାୟତ ଉପସ୍ଥିତ ଥିଲେ । ଏହି ଉନ୍ନତିକରଣ କାର୍ଯ୍ୟ ବାଣପୁର ବାସୀଙ୍କ ବହୁ ଦିନର ଦାବି ରହିଥିଲା । ଏବେ ଏହାର ସମୀକ୍ଷା ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାଣପୁରବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.