ରାଜ୍ୟ

କଟକରେ 5T ସଚିବଙ୍କ ବଡ଼ ଘୋଷଣା : ବ୍ୟାଙ୍କ ନୁହେଁ, ଏଣିକି ନିଜ ପଞ୍ଚାୟତରେ ମିଳିବ ମଧୁବାବୁ ଭତ୍ତା

କଟକ (କେନ୍ୟୁଜ): କଟକ ଜିଲ୍ଲା ଗସ୍ତରେ ଫାଇଭ ଟି ସଚିବ ଭି. କେ ପାଣ୍ଡିଆନ୍ । ଆଜି ପ୍ରଥମେ ସେ ଆଠଗଡ଼ ମିନି ଷ୍ଟାଡିୟମରେ ପହଞ୍ଚି ସାଧାରଣ ଜନତାଙ୍କୁ ଭେଟି ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ନିଜ ସମ୍ବୋଧନରେ ଫାଇଭ ଟି ସଚିବ କହିଛନ୍ତି, ଚାଷୀଙ୍କ ସମସ୍ୟା ସମାଧାନକୁ ଗୁରୁତ୍ବ ଦିଆଯିବ । ୮ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଖୁସି ଖବର ପାଇବେ । ମନ୍ଦିର, ମସଜିଦ ଓ ଚର୍ଚ୍ଚ କାମ ୭ ଦିନ ମଧ୍ୟରେ ଶେଷ ହେବ । ୧୬ ତାରିଖ ସୁଦ୍ଧା ଏଥିପାଇଁ ପ୍ରଥମ କିସ୍ତି ପାଇବେ । ଫାଇଭ୍ ଟି ସଚିବ କହିଛନ୍ତି, ସରକାରୀ କାର୍ଯ୍ୟକ୍ରମକୁ ନିଜ କାମ ଭଳି ଭାବ । ସେମିତି ଭାବିଲେ ଓଡ଼ିଶାର ଉନ୍ନତି ଦୌଡିବ ।

ଏଥିସହ ସେ କହିଛନ୍ତି, ବୟସ୍କ ଓ ଭିନ୍ନକ୍ଷମ ମଧୁବାବୁ ଭତ୍ତା ନିଜ ପଞ୍ଚାୟତରୁ ପାଇବେ । ବ୍ୟାଙ୍କ ଯିବାକୁ ପଡିବନି । ଅଗଷ୍ଟ ୧୫ ତାରିଖରୁ ଏହା ଲାଗୁ ହେବ । ଆଠଗଡ଼ ପରେ ନରସିଂହପୁର ହସ୍ପିଟାଲରେ ଡାଇଲିସିସ ସେଣ୍ଟର ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ପରେ ସାଧାରଣ ଜନତାଙ୍କୁ ଭେଟି ଅଭିଯୋଗପତ୍ର ଗ୍ରହଣ କରିବେ । ଏହାପରେ ଚୌଦ୍ୱାରରେ ପହଞ୍ଚି ଗୋପବନ୍ଧୁ ନୋଡାଲ ହାଇସ୍କୁଲ ଖେଳ ପଡ଼ିଆରେ ଅଞ୍ଚଳବାସୀ ତାଙ୍କୁ ଭେଟିବେ । ନିଶ୍ଚିନ୍ତକୋଇଲି କୁଳିଆରେ ସାଧାରଣ ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ବି ରହିଛି । ସେଠାରୁ କଟକ ସହର ଉପର ବାଲିଯାତ୍ରା ପଡ଼ିଆରେ ପହଞ୍ଚି କଟକ ଜିଲ୍ଲାର କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ଫାଇଭ୍ ଟି ସଚିବ ଭି କେ ପାଣ୍ଡିଆନ ।

 

Barsha

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣର ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

15 seconds ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

4 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

10 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

13 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

48 mins ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

60 mins ago