ଆଇଟି ଟାଓ୍ଵାର୍ସ ପରିଦର୍ଶନ କଲେ 5T ସଚିବ ଭି କେ ପାଣ୍ଡିଆନ୍‌

ଭୁବନେଶ୍ୱର(କେନ୍ୟୁଜ୍): ଆଇଟି ଟାଓ୍ଵାର୍ସ ପରିଦର୍ଶନ କଲେ 5T ସଚିବ ଭି କେ ପାଣ୍ଡିଆନ୍‌ । ସତ୍ୟନଗରର ବିଏମସି ବିଲ୍ଡିଂ, ଓ’ ହବ୍‌ ପରିଦର୍ଶନ କଲେ 5T ସଚିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପରିଦର୍ଶନ କଲେ 5T ସଚିବ ଭି.କେ. ପାଣ୍ଡିଆନ । ପ୍ରକଳ୍ପର ଅଗ୍ରଗତି ଓ ଧାର୍ଯ୍ୟ ସମୟରେ ନିର୍ମାଣ ସମାପ୍ତ କରିବା ନେଇ ନିର୍ଦ୍ଦେଶ ।

ବହୁଦେଶୀୟ କମ୍ପାନୀଙ୍କ ପାଇଁ ବିଏମସି ନିର୍ମାଣ କରୁଛି ଡେଭଲପମେଣ୍ଟ ସେଣ୍ଟର । ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା ପରେ ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି ସୁଯୋଗ । ଶିଳ୍ପ ସଚିବ ହେମନ୍ତ ଶର୍ମା, E&IT ସଚିବ ମନୋଜ ମିଶ୍ର ଥିଲେ ଉପସ୍ଥିତ । BSCLର ଅଧ୍ୟକ୍ଷ ସଞ୍ଜୟ ସିଂ, ବିଏମସି କମିଶନର ଭିଜୟ କୁଲାଙ୍ଗେ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.