ଯାଜପୁରରେ ପହଁଚିଲେ 5T ଅନୁଧ୍ୟାନକାରୀ ଦଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତ୍ତିଭୂମିର କଲେ ଯାଞ୍ଚ

ଯାଜପୁର ଟାଉନ(କେନ୍ୟୁଜ୍) : ଯାଜପୁରରେ ପହଂଚିଲେ ପାଇଭ-ଟି ଅନୁଧ୍ୟାନକାରୀ ଦଳ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଓ ସଚିବ ଦଳରେ ସାମିଲ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି ଭିତ୍ତିଭୂମି ର ଯାଂଚ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ପୁନମ ଗୁହା, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦିଲ୍ଲୀପ କୁମାର ମହାନ୍ତି ଏବଂ ଯୁଗ୍ମ ସଚିବ ଆଦିତ୍ୟ ମହାପାତ୍ର ଟିମ୍ରେ ଅଛନ୍ତି। ରୋଗୀ ସେବା ପାଇଁ ବିଭିନ୍ନ ଆନୁଷଙ୍ଗିକ ଯନ୍ତ୍ରପାତି ଡ଼ିଏମଏଫ୍ ଫଣ୍ଡରୁ କିଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଖୁବଶୀଘ୍ର ଆଇସିୟୁ, ଡିଜିଟାଲ ଏକ୍ସ-ରେ ଓ ମାଗଣା ଔଷଧ ବିତରଣ କେନ୍ଦ୍ର ଗୋଟିଏ ପରିବର୍ତ୍ତେ ଦୁଇଟି କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ପରେ ସି ଡ଼ିଏମ ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅନୁଧ୍ୟାନ ସମୟରେ ଯାଜପୁର ଭରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଏସପି ଚରଣ ସିଂ ମିନା, ସିଡିଏମଓ ଅରୁଣ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।