ଆଜି ପଞ୍ଚମ ଦିନରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ (କେନ୍ୟୁଜ) : ଲକଡାଉନ କଟକଣା ଭିତରେ ଶ୍ରୀକ୍ଷେତ୍ରରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । କଟକଣା ପାଳନ କରି ରଥ ନିର୍ମାଣ କରୁଛନ୍ତି ବିଶ୍ୱକର୍ମା ମହାରଣା । ଆଜି ପଞ୍ଚମ ଦିନରେ ବିଶ୍ୱକର୍ମା, ଭୋଇ ଓ କରତି ସେବାୟତ ମାନଙ୍କୁ ଥର୍ମାଲ ସ୍କାନିଂ କରିବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏବେ ୩ ରଥର ମହାରଣା ରଥ ପାଇଁ ଆବଶ୍ୟକ ୪୨ଟି ତୁମ୍ବ ନିର୍ମାଣର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ସେଥିପାଇଁ ରଥକାଠକୁ ତୁମ୍ବ ଆକାରରେ ଚିରାଟ କାର୍ଯ୍ୟ କରୁଛନ୍ତି କରତୀ ସେବାୟତ । ଗତକାଲି ୯ଟି ତୁମ୍ବ ନର୍ମାଣ ହୋଇଥିବା ବେଳେ ଆଜି ୬ଟି ତୁମ୍ବ ନିର୍ମାଣ କରାର୍ଯ୍ୟ କରାଯାଇଛି । ସାମାଜିକ ଦୂରତା ରକ୍ଷା କରି ଓ ସାନିଟାଇଜର ବ୍ୟବହାର କରି ରଥ ନିର୍ମାଣ ଚାଲିଛି । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ରଥ ସହ ସଂପୃକ୍ତ ସମସ୍ତ ସେବାୟତଙ୍କୁ ନିଳାଚଳ ଭକ୍ତ ନିବାସରେ ସଙ୍ଗରୋଧରେ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.