କଳିଙ୍ଗ ଟିଭିର ପଞ୍ଚମ ପ୍ରତିଷ୍ଠା ଦିବସ, ଯୋଗଦେଲେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି

ନିର୍ଭିକ ଓ ନିରପେକ୍ଷ ସାମ୍ବାଦିକତା ସହଜ ନୁହଁ। ଏହି ପଥ ଅନୁସରଣ କରିବା ବଡ଼ ଚ୍ୟାଲେଞ୍ଜିଂ। କଳିଙ୍ଗ ଟିଭିର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରେ ଏହା କହିଛନ୍ତି, ବରିଷ୍ଠ ସାମ୍ବାଦିକ ତଥା ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଏଡିଟୋରିଆଲ ଡାଇରେକ୍ଟର ପ୍ରଭୁ ଚାୱଲା। ଏହି ଉତ୍ସବରେ, କଳିଙ୍ଗ ଟିଭିର ପ୍ରତିଷ୍ଠାତା କହିଥିଲେ, ଏପରି ସାମ୍ବାଦିକତା ହେବା ଉଚିତ ଯାହା କାହାର କ୍ଷତି କରିବ ନାହିଁ ।

କଳିଙ୍ଗ ଟିଭିର ପଞ୍ଚମ ପ୍ରତିଷ୍ଠା ଦିବସ। ପହଞ୍ଚିଥିଲେ ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ। ରାଜନେତାରୁ ଆରମ୍ଭ କରିବ ବୁଦ୍ଧିଜୀବୀ, ସାହିତ୍ୟ ଜଗତରୁ ଆରମ୍ଭ କରି ବରିଷ୍ଠ ସାମ୍ବାଦିକ ଆସିଥିଲେ। ଏହି ଅବସରେ ଅତିଥି ଥିବା ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଏଡିଟୋରିଆଲ ଡାଇରେକ୍ଟର ପଦ୍ମଭୂଷଣ ପ୍ରଭୁ ଚାୱାଲ ଗଣତନ୍ତ୍ରରେ ଗଣମାଧ୍ୟମ ଭୂମିକା ଉପରେ ଆଲୋକ ପାତ କରିଥିଲେ। ପଞ୍ଚମ ପ୍ରତିଷ୍ଠା ଦିବସରେ ଅନ୍ୟ ଅତିଥି ଥିଲେ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଓ ସୁରେଶ ପୂଜାରୀ, ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ର ଏବଂ ଜଳସମ୍ପଦ ଓ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁ ନନ୍ଦନ ଦାସ। ଏହି ଅବସରେ କଳିଙ୍ଗ ଟିଭି ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଗଣମାଧ୍ୟମର ମୂଳ ମନ୍ତ୍ର ବିଷୟରେ କହିଥିଲେ। ଗଣମାଧ୍ୟମ ପ୍ରତିନିଧି ସକାରାତ୍ମକ ମନ ନେଇ କାମ କରିବାକୁ ପରାମର୍ଶ ଦେଇଥିଲେ।

ପ୍ରଦୀପ ପ୍ରଜ୍ୱଳନ ସହ ଆରମ୍ଭ ହୋଥିଲା ପ୍ରତିଷ୍ଠା ଦିବସର ଉତ୍ସବ। ଏହାପରେ କଳିଙ୍ଗ ଟିଭିରି ସିଏମ୍‌ଡି ହିମାଂଶୁ ଶେଖର ଖଟୁଆ ସ୍ୱାଗତ ଅଭିଭାଷଣ ଦେଇଥିଲେ। ଏହାପରେ କଳିଙ୍ଗ ଟିଭିର ବାର୍ଷିକ ରିପୋର୍ଟ ପାଠ କରିଥିଲେ ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଡେପୁଟି ଚିଫ୍‌ ଏଡିଟର ଦୁର୍ଗାମାଧବ ମିଶ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.