ମାହାଙ୍ଗା ଡବଲ ମର୍ଡର ଘଟଣା: ଧରା ହେଲା ଆଉ ଜଣେ ଅଭିଯୁକ୍ତ, ୧୨ରୁ ଗିରଫ ସଂଖ୍ୟା ପହଞ୍ଚିଲା ୫ରେ

ମାହାଙ୍ଗା(କେନ୍ୟୁଜ୍):  ମାହାଙ୍ଗା ଡବଲ ମର୍ଡର ଘଟଣରେ ୫ ନମ୍ବର ଅଭିଯୁକ୍ତକୁ  ଗିରଫ କରିଛି ପୋଲିସ। ଗତ କାଲି ଚାରି ଅଭିଯୁକ୍ତଙ୍କୁ ଧରି ଗ୍ରାମାଞ୍ଚଳ ଏସପି ବି ଯୁଗଳ କିଶୋର ପ୍ରେସମିଟ କରିସାରିବା ପରେ, ବିଳମ୍ବିତ ରାତିରେ କୈଳାଶ ଖଟୁଆ ନାମକ ଆଉଜଣେ ଅଭିଯୁକ୍ତକୁ ପୋଲିସ ଉଠାଇ  ଆଣିଥିଲା l

ଆଜି ଏହି ଅଭିଯୁକ୍ତମାନଙ୍କ ମେଡିକାଲ ଯାଞ୍ଚ ପାଇଁ ପୋଲିସ ପ୍ରକ୍ରିୟା ଶେଷ ହୋଇଛି l କୋଭିଡ ଟେଷ୍ଟ ପରେ ନେଗେଟିଭ ରିପୋର୍ଟ ଆସିଥିବା ସୂଚନା ମିଳିଛି l ତେବେ ୫ ଅଭିଯୁକ୍ତଙ୍କୁ ମାହାଙ୍ଗା ପୋଲିସ ଆଜି ଅପରାହ୍ନରେ ସାଲେପୁର ବିଚାର ବିଭାଗୀୟ ଅଦାଲତରେ ହାଜର କରିଛି l ତେବେ ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇଦେଇଛନ୍ତି l

ଆକ୍ସନ ମୁଡ଼ରେ ପୁରା ଜିଲ୍ଲା ପୋଲିସ ରହିଥିବା ଦେଖିବାକୁ ମିଳିଛି l ପ୍ରକୃତରେ କେଉଁମାନେ ଏହି ଜଘନ୍ୟ କାଣ୍ଡରେ ସମ୍ପୃକ୍ତ ସେକଥା, ଖୁବ ଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି ସୂଚନା ମିଳିଛି l କୋର୍ଟରୁ ରିମାଣ୍ଡରେ ଅଭିଯୁକ୍ତ ମାନଙ୍କୁ ଅଣାଯାଇ ଅଧିକ ତଦନ୍ତ କରାଯିବାକୁ ପୋଲିସ ପ୍ରସ୍ତୁତ ହୋଇଛି lସେପଟେ ଏତଲାକୁ ଭିତ୍ତିକରି ଏହି ଗିରଫ ଦାରୀ ଜାରିରହିଥିବାରୁ,ଡବଲ ମର୍ଡର ଘଟଣାରେ ଲୋକଙ୍କ ଭିତରେ ଥିବା ଅସନ୍ତୋଷ ଧୀରେଧୀରେ ଶାନ୍ତ ପଡିବା ଚର୍ଚ୍ଚା ହେଉଛି l ଏହି ହତ୍ୟା ଘଟଣାରେ ଜଡିତ ସମସ୍ତ ଅପରାଧୀଙ୍କୁ କଠୋର ଦଣ୍ଡ ମିଳୁବୋଲି ସାଧାରଣ ଜନତା ଦାବୀ କରିଛନ୍ତି l ତେବେ ଏହି ହତ୍ୟାକୁ ନେଇ ରାଜନୀତି ନକରିବା ପାଇଁ ବୁଦ୍ଧିଜୀବୀ ମାନେ କହିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.