ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ, ନୟାଗଡ଼ ବନଖଣ୍ଡରୁ ଆସିଲା ପଞ୍ଚମ ପର୍ଯ୍ୟାୟ ରଥକାଠ

ପୁରୀ: ଚଳିତବର୍ଷ ରଥଯାତ୍ରା ପାଇଁ ପ୍ରସ୍ତୁତ ଶ୍ରୀମନ୍ଦିର ପ୍ରଶାସନ । ନୟାଗଡ ବନଖଣ୍ଡରୁ ପଞ୍ଚମ ପର୍ଯ୍ୟାୟରେ ରଥକାଠ ବୋଝେଇ ଟ୍ରକ୍‌ ପୁରୀରେ ପହଞ୍ଚିଛି । ଏଥିରେ ସମୁଦାୟ ୧୨ଖଣ୍ଡ ଫାସୀ କାଠ ରହିଛି । ଏହି ଫାସୀ କାଠରେ ତିନି ରଥ ଚକ ପାଇଁ ତୁମ୍ବ ନିର୍ମାଣ କରାଯିବ । ରଥଯାତ୍ରା ପାଇଁ ମୋଟ ୮୬୫ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ପୂର୍ବ ବର୍ଷର ୬୯ ଖଣ୍ଡ ବଳକା କାଠ ରହିଛି ।

ଚଳିତ ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ବ୍ୟବସ୍ଥା ଆବଶ୍ୟକତା ରହିଛି । ତେବେ ୭୯୬ଖଣ୍ଡ କାଠରୁ ଏ ପର୍ଯ୍ୟନ୍ତ ମୋଟ ୧୮୭ଖଣ୍ଡ କାଠ ପୁରୀରେ ପହଞ୍ଚି ସାରିଲାଣି । ବଳକା କାଠ ପର୍ଯ୍ୟାୟ କ୍ରମେ ଆସିବ । ଗତକାଲି ବୌଦ୍ଧରୁ ଚତୁର୍ଥ ପର୍ଯ୍ୟାୟରେ ୯୬ ଖଣ୍ଡ କାଠ ଆସିଥିଲା । ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି। ତିନିରଥ ନିର୍ମାଣ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀରାମ ନବମୀଠାରୁ କଟକ ସ୍ଥିତ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.