ଦ୍ବିତୀୟ ପର୍ଯ୍ୟାୟ ମତଦାନ: ସକାଳ ୯ଟା ସୁଦ୍ଧା ଭୋଟ୍ ହାର ୬.୯୯ ପ୍ରତିଶତ, ଭଟଲୀରେ ସର୍ବାଧିକ ସର୍ବାଧିକ ଭୋଟିଂ

ଭୋଟ ଦେଉଛି ଓଡ଼ିଶା । ରାଜ୍ୟରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ସକାଳ ୯ ଟା ସୁଦ୍ଧା ହାରାହାରି ମତଦାନ ରହିଛି ୬.୯୯ ପ୍ରତିଶତ । ବରଗଡ଼ ଭଟଲୀରେ ସର୍ବାଧିକ ୧୧.୪୮ ପ୍ରତିଶତ ଭୋଟିଂ ହୋଇଛି। ବରଗଡ ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୯.୩୨% ଭୋଟ୍ ପଡିଛି । ଏହାସହ ଆସ୍କା ସଂସଦୀୟ କ୍ଷେତ୍ରରେ ୭.୬୨%, ବଲାଙ୍ଗୀରରେ ୫.୭୬% ଏବଂ କନ୍ଧମାଳରେ ୬.୭୯ % ମତଦାନ ହେଇଛି ଓ ସୁନ୍ଦରଗଡରେ ୪.୮୯% ପ୍ରତିଶତ ମତ ସାବ୍ୟସ୍ତ କରିଛନ୍ତି ଭୋଟର ।

ଭୁବନେଶ୍ୱର (କେନ୍ୟୁଜ): ଭୋଟ ଦେଉଛି ଓଡ଼ିଶା ।  ରାଜ୍ୟରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ।  ସକାଳ ୯ ଟା ସୁଦ୍ଧା ହାରାହାରି ମତଦାନ ରହିଛି ୬.୯୯ ପ୍ରତିଶତ ।  ବରଗଡ଼ ଭଟଲୀରେ ସର୍ବାଧିକ ୧୧.୪୮ ପ୍ରତିଶତ ଭୋଟିଂ ହୋଇଛି ।  ବରଗଡ ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୯.୩୨% ଭୋଟ୍ ପଡିଛି ।  ଏହାସହ ଆସ୍କା ସଂସଦୀୟ କ୍ଷେତ୍ରରେ ୭.୬୨%, ବଲାଙ୍ଗୀରରେ ୫.୭୬% ଏବଂ କନ୍ଧମାଳରେ ୬.୭୯ % ମତଦାନ ହେଇଛି ଓ ସୁନ୍ଦରଗଡରେ ୪.୮୯% ପ୍ରତିଶତ ମତ ସାବ୍ୟସ୍ତ କରିଛନ୍ତି ଭୋଟର ।

ସୂଚନା ଅନୁସାରେ ଆଜି ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ହେଉଛି ଭୋଟିଂ। ଆସିକା ଓ କନ୍ଧମାଳ ସହ ପଶ୍ଚିମରେ ବଲାଙ୍ଗିର, ବରଗଡ଼ ଓ ସୁନ୍ଦରଗଡ଼ ଲୋକସଭା ଏବଂ ଏହା ଅଧୀନରେ ଥିବା ସମସ୍ତ ବିଧାନସଭା ଆସନ ଗୁଡ଼ିକରେ ମତଦାନ ଚାଳିଛି । ପ୍ରାୟ ୮୦ ଲକ୍ଷ ଭୋଟର ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ୫ ଲୋକସଭା କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସେଥିରୁ ୩୪ ପୁରୁଷ ଓ ୬ ମହିଳା ପ୍ରାର୍ଥୀ । ସେହିପରି ୩୫ ବିଧାନସଭା ଆସନ ପାଇଁ ୨୬୫ ପ୍ରାର୍ଥୀ ମୈଦାନରେ ଅଛନ୍ତି । ୯ହଜାର ୧୪୮ ମତଦାନ କେନ୍ଦ୍ର ସହ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ରରେ ଚାଲିଛି ଭୋଟ ଗ୍ରହଣ । ୨୦୧୯ ନିର୍ବାଚନରେ ଏହି ୫ ଲୋକସଭା ଆସନରୁ ୩ ଟି ବିଜେପି ଦଖଲ କରିଥିବା ବେଳେ ୨ଟିରେ ବିଜେଡି ବିଜୟୀ ହୋଇଥିଲା  । ସେହିପରି ୩୫ ବିଧାନସଭଭା ଆସନ ଭିତରୁ ୨୬ଟିରେ ବିଜୟୀ ହୋଇଥିଲା ବିଜେଡି । କଂଗ୍ରେସ ଓ ବିଜେପି ୪ ଟି ଲେଖାଏଁ ଆସନରେ ଜିତିଥିବା ବେଳେ ଗୋଟିଏ ବାମ ଦଳ ଖାତାକୁ ଯାଇଥିଲା ।

Leave A Reply

Your email address will not be published.