କମିଶନରେଟ୍ ପୋଲିସକୁ ବଡ଼ ସଫଳତା, ୬ ଚେନ୍ ଲୁଟେରାଙ୍କୁ ଧରିଲା

ଭୁବନେଶ୍ୱର: କମିଶନରେଟ୍ ପୋଲିସକୁ ବଡ଼ ସଫଳତା । ଭୁବନେଶ୍ୱରରେ ଲୁଟୁଥିବା ୬ ଚେନ୍ ଲୁଟେରାଙ୍କୁ ଧରିଲା ପୋଲିସ । ଗତ ୨୪ ତାରିଖରେ ଲୁଟର ଶିକାର ହୋଇଥିଲେ ପୂର୍ଣ୍ଣଚନ୍ଦ୍ର ନାୟକ । ମାଡ଼ ମାରିବା ସହ ତାଙ୍କ ସୁନା ଚେନ୍ ଲୁଟି ନେଇଥିଲେ ଦୁର୍ବୃତ୍ତ । ଅଭିଯୋଗ ପରେ ସିସିଟିଭିକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଗିରଫି ଅଭିଯୁକ୍ତଙ୍କ ଠାରୁ ସୁନା ଚେନ୍ ବ୍ରେସଲେଟ୍ ସହ କାର ଓ ବାଇକ୍ ଜବତ ହୋଇଛି ।