କଲରାପତରିଆ ବାଘ ମୃତ୍ୟୁ ଘଟଣା; ବନ୍ଧା ହେଲେଣି ୬ଅଭିଯୁକ୍ତ, ନଖ, ଦାନ୍ତ ଓ ପାଦ ଜବତ

ସୁବର୍ଣ୍ଣପୁର (କେନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ବାଘପାଲି ଜଙ୍ଗଲରେ କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ୬ ଗିରଫ । ସେମାନଙ୍କ ପାଖରୁ ବାଘ ନଖ,ଦାନ୍ତ ଓ ପାଦ ଜବତ ହୋଇଛି । ଗିରଫ ୬ଶିକାରୀଙ୍କୁ କୋର୍ଟ ଚାଲାଣ କରିଛି ବନ ବିଭାଗ । ଗତ ୧୩ ତାରିଖରେ ବାଘପାଲି ଜଙ୍ଗଲରେ ଗୋଟିଏ ବାଘର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନ ବିଭାଗ ପକ୍ଷରୁ ବାଘର ମୃତଦେହ ଜବତ ସହ ତଦନ୍ତ ଆରମ୍ଭ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ବାରହା ମାରିବା ପାଇଁ ତାର ବିଛାଇଥିଲେ ।

ସେହି ବିଦ୍ୟୁତ ତାରରେ ବାଘଟି ଫସିଯିବା କାରଣରୁ ମୃତ୍ୟୁ ହୋଇଥିଲା । ପରେ ଶିକାରୀମାନେ ବାଘର ନଖ କାଟି ଫେରାର ହୋଇଯାଇଥିଲେ । ଏହି ଘଟଣାରେ ବାଘପାଲି ଦୟା ମଠର ମଠାଧିସ ଦୟାସଗର ଥାଟ୍ଟିଙ୍କ ସମେତ କୋଟସମଲାଇ ଗାଁର ସୁରେନ୍ଦ୍ର ପଧାନ, ବିଜୟ ଗରୁ, ନାକଡେଇଁ ଗାଁର ରାମଚନ୍ଦ୍ର ପୁରୋହିତ,ବାଘପାଲି ଗାଁର ପୁରେନ୍ଦ୍ର ଥାଟ୍ଟି ଏବଂ ସୋନପୁର ପଟାଭାଡିର ସତ୍ୟନାରାୟଣ ମେହେରକୁ ଗିରଫ କରାଯାଇଛି। ତେବେ ଏମାନଙ୍କ ପାଖରୁ ମୃତ ବାଘର ନଖ,ଦାନ୍ତ ଏବଂ ୪ଟି ପାଦ ମିଳିଛି । ଏପର୍ଯ୍ୟନ୍ତ ସବୁ ନଖ ମିଳିନଥିବା ବେଳେ ଏହି ଘଟଣାରେ ଜଡିତ ଅନ୍ୟ ୬ଅଭିଯୁକ୍ତ ଏବେବି ରାଜ୍ୟ ବାହାରକୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.