ମାଲକାନଗିରିରେ ପୁଣି ଅଜଣା ରୋଗ ଆତଙ୍କ, ୧୫ ଦିନରେ ନେଲାଣି ୬ ଶିଶୁଙ୍କ ଜୀବନ

ମାଲକାନଗିରି (କେନ୍ୟୁଜ୍) : ପୁଣି ଅଜଣା ରୋଗ ଆତଙ୍କ। ୧୫ ଦିନରେ ନେଲାଣି ୬ ଶିଶୁଙ୍କ ଜୀବନ। ଜାପାନୀ ଏନସେଫାଲାଇଟିସ୍‌ ଓ ସ୍ୱାଇନ୍‌ ଫ୍ଲୁ ଭଳି ଭୟଙ୍କର ରୋଗ ପରେ ଏବେ ଅଜଣା ରୋଗ ନେଉଛି ଜୀବନ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତାମାନପଲ୍ଲୀ ଗାଁରେ ୬ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ୭ଜଣ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ମାନଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

childଆକ୍ରାନ୍ତ ଶିଶୁ ମାନଙ୍କୁ ପ୍ରଥମେ ବାନ୍ତି, ଜ୍ୱର ହେବା ପରେ ଥଣ୍ଡା ହେଉଛି। ଏହି ରୋଗ ଏବେ ବ୍ୟାପିବାରେ ଲାଗିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଶିଶୁ ମାନଙ୍କ ପରୀକ୍ଷା କରୁଛନ୍ତି। ତେବେ ରୋଗର ପ୍ରକୃତ କାରଣ ଜଣାପଡିନାହିଁ।

Leave A Reply

Your email address will not be published.