ଉପର ମୁଣ୍ଡରେ ବର୍ଷା ଯୋଗୁଁ ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍, ମୋଟ ୧୨ଟି ଗେଟ୍‌ ଖୋଲିବା ପରେ ସ୍ଥିତି ଉପରେ ନଜର

ସମ୍ବଲପୁର (କେନ୍ୟୁଜ): ହୀରାକୁଦର ଆଉ ୬ ଗେଟ୍‌ ଖୋଲିଲା । ପର୍ଯ୍ୟାୟକ୍ରମେ ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୬ ଗେଟ୍‌। ଉପରମୁଣ୍ଡରେ ବର୍ଷା ଯୋଗୁଁ ଆଉ ୬ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏନେଇ ସୂଚନା ଦେଲେ ହୀରାକୁଦ ଡ୍ୟାମ୍‌ ମୁଖ୍ୟ ଯନ୍ତ୍ରୀ। ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେବ। ବର୍ତ୍ତମାନ ଜଳଭଣ୍ଡାର ଜଳସ୍ତର ୬୨୮.୧୦ ଫୁଟ ରହିଛି। ବନ୍ୟାଜଳ ନିଷ୍କାସନ ପାଇଁ କାଲି ୬ଟି ଗେଟ୍‌ ଖୋଲା ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.