ଆଜି ୬ ଘଣ୍ଟିଆ ଯଶୀପୁର ବନ୍ଦ, ଗାଡ଼ି ଚଳାଚଳ ଠପ

ଆଜି ୬ ଘଣ୍ଟିଆ ଯଶୀପୁର ବନ୍ଦ । ସକାଳ ୬ଘଟିକାରୁ ମଧ୍ୟାହ୍ନ ୧୨ଘଟିକା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ପକ୍ଷରୁ ଯଶିପୁର ବନ୍ଦ ଡାକରା ଦିଆ ହେଇଛି। ରାସ୍ତା ଅବରୋଧ ଯୋଗୁଁ ଉଭୟ ପାଶ୍ୱରେ ଶହ ଶହ ଗାଡି ଅଟକି ରହିଥିବା ବେଳେ ସହରର ବିଭିନ୍ନ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।

କରଞ୍ଜିଆ (କେନ୍ୟୁଜ): ଆଜି ୬ ଘଣ୍ଟିଆ ଯଶୀପୁର ବନ୍ଦ । ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ରାସ୍ତା ଅବରୋଧ ଯୋଗୁଁ ଉଭୟ ପାଶ୍ୱରେ ଶହ ଶହ ଗାଡି ଅଟକି ରହିଥିବା ବେଳେ ସହରର ବିଭିନ୍ନ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।

ମୟୁରଭଞ୍ଜ ଜିଲ୍ଲାର ଯଶୀପୁରର ମୁଖ୍ୟ ବଜାର ରାସ୍ତାର ସ୍ଥାୟୀ ପ୍ରତିକାର ଓ ଯଥାଶୀଘ୍ର ଜମି ଅଧିଗ୍ରହଣ କରି ବାଇପାସ ନିର୍ମାଣ ସମ୍ପୂର୍ଣ୍ଣ କରିବା ଦାବିରେ ଜାତୀୟ ରାଜପଥ ୪୯ ଯଶିପୁର ନିକଟରେ ରାସ୍ତା ଅବରୋଧ ହେଇଛି । ଆଜି ସକାଳ ୬ଘଟିକାରୁ ମଧ୍ୟାହ୍ନ ୧୨ଘଟିକା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ପକ୍ଷରୁ ଯଶିପୁର ବନ୍ଦ ଡାକରା ଦିଆ ହେଇଛି । ରାସ୍ତା ଅବରୋଧ ଯୋଗୁଁ ଉଭୟ ପାଶ୍ୱରେ ଶହ ଶହ ଗାଡି ଅଟକି ଯାଇଛି ରାସ୍ତା ଅବରୋଧ ସହିତ ବିଭିନ୍ନ ଦୋକାନ ମଧ୍ୟ ବନ୍ଦ ରହିଛି । ଗତକାଲି ଯଶିପୁର ବଜାରରେ JMM ଦଳ ପକ୍ଷରୁ ଜାତୀୟ ରାଜପଥ ୪୯ କିଛି ଘଣ୍ଟା ପାଇଁ ରାସ୍ତା ଅବରୋଧ ହେଇଥିଲା । ଦୁଇ ଦିନ ହେଲାଣି ରାସ୍ତା ଅବରୋଧ ହେଇ ଥିବାରୁ ଲୋକମାନେ ନାହିଁ ନଥିବାର ହଇରାଣ ହେଉଛନ୍ତି।