ବାଲିଘାଟକୁ କେନ୍ଦ୍ର କରି ଯମୁନାକୋଟ ଗାଁରେ ବୁଲିଲା ଖଣ୍ଡା ଓ ଭୁଜାଲି: ବାପ,ପୁଅ ସମେତ ୬ଆହତ

କାମାକ୍ଷାନଗର(କେନ୍ଯୁଜ୍): ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଯମୁନାକୋଟ ଗାଁର ମର୍ଥ।ପୁର ବାଲିଘାଟକୁ କେନ୍ଦ୍ର କରି ଖଣ୍ଡା ଓ ଭୁଜାଲିରେ ଦୁଇ ଗୋଷ୍ଠୀ ମୁଁହାମୁହିଁ । ଆକ୍ରମଣରେ ୬ ଜଣ ଆହତ । ପ୍ରଥମେ ଗୋଟିଏ ଗୋଷ୍ଠୀର ୪ରୁ ୫ ଜଣ ଯୁବକ ଆସି ଆକ୍ରମଣ କରିଥିଲେ । ଆକ୍ରମଣରେ ଗୁରୁତର ମାନେ ହେଲେ ଗାଁର ସଂଜିତ ବାରିକ, ତାଙ୍କର ବାପା ସର୍ବେଶ୍ଵର ବାରିକ୍‌ ଓ ଶିବ ପ୍ରସାଦ ବାରିକ ।

ସଭିଙ୍କୁ ଭୁବନ ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ, ସେହିପରି ପାଲଟା ଆକ୍ରମଣରେ ଅନ୍ଯ ଗୋଷ୍ଠୀର ମଧ୍ୟ ୩ଜଣ ଆହତ ହୋଇ ପ୍ରଥମେ ଜିର।ଳ ମେଡ଼ିକାଲ ଓ ପରେ ଢ଼େଙ୍କାନାଳ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି ।ସେମାନେ ହେଲେ ପ୍ରତାପ ବେହେରା, ରାଜୀବ ଲୋଚନ ବେହେରା, ନୃସିଂହ ସାମଲ । ସେମାନଙ୍କ ମଧ୍ୟରୁ ପ୍ରତାପ ବେହେରା ଗୁରୁତର ଭାବରେ ଆହତ ହୋଇଛନ୍ତି । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥରରେ ପହଁଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.