ପାଟଣାଗଡ଼ : ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣାରେ ଗଲା ୬ଜୀବନ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବେଲପଡା ମୁଖ୍ୟରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ଭରୁଆମୁଣ୍ଡା ଆଦର୍ଶ ବିଦ୍ୟାଳୟ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ ଆରୋହୀ ମୃତ । ଦୁର୍ଘଟଣା ଘଟାଇବା ପରେ ଧକ୍କା ଦେଇଥିବା ଗାଡି ଫେରାର ।
୨ ମୃତକଙ୍କ ପରିଚୟ ମିଳି ପାରିନଥିବା ବେଳେ ବେଲପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି l କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳରେ ବାଇକକୁ ଧକ୍କା ଦେଲା ଟ୍ରଲର । ବାଇକ ଆରୋହୀଙ୍କ ସମେତ ୩ଜଣଙ୍କ ମୃତ୍ୟୁ ହୋଇଛି । ୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ଗୋଦାବରୀ ଢାବା ନିକଟରେ ଘଟିଛି ଦୁର୍ଘଟଣା ।
ସମସ୍ତେ ଏକ ବାଇକ ଯୋଗେ ଢେଙ୍କିକୋଟ ବଜାରରୁ ନିଜ ଗାଁକୁ ଫେରୁଥିବା ବେଳେ ଟ୍ରଲର ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରଲରକୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ସେହିପରି ସୋନପୁରରେ ଟ୍ରକ ଧକ୍କାରେ ସ୍କୁଟି ଆରୋହୀ ମୃତ । କୁଞ୍ଜ ଛକରେ ଏକ ଦ୍ରୁତଗାମୀ ଟ୍ରକ ସ୍କୁଟିକୁ ଧକ୍କାଦେଇଥିଲା । ସ୍କୁଟି ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବାବେଳ ଦୁର୍ଘଟଣା ଘଟାଇ ଟ୍ରକ ଚମ୍ପଟ ମାରିଛି । ସୋନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ ।