ଲୁଟର ନୂଆ ତରିକା : ବାହାରେ ଚୁଡି ଦୋକାନ ଭିତରେ ଲୁଟ ଅପରେସନ

ଭୁବନେଶ୍ବର(କେନ୍ୟୁଜ୍): ଲୁଟେରାମାନେ ଲୁଟର ନୂଆ ତରିକା ବାହାର କରିଛନ୍ତି । ଏକୁଟିଆ ମହିଳା,ଛୁଆ କାଖେଇଥିବା ମହିଳା ଓ ଯୁବତିଙ୍କୁ ଟାର୍ଗେଟ କରୁଛନ୍ତି। ହାତରେ ବ୍ଲେଡ ଧରି ଗହଳି ଭିତରେ ପଶନ୍ତି ବ୍ଲେଡ ମାରି ମୋବାଇଲ କ୍ୟାସ ସହ ଦାମି ଜିନିଷ ଲୁଟ କରୁଛନ୍ତି। ଏଇଭଳି ଲୁଟପାଟ କରୁଥିବା ବେଳେ ୬ ଜଣ ଲୁଟେରାଙ୍କୁ ଗିରଫ କରିଛି କମିସନରେଟ ପୋଲିସ।
ଏମାନେ ବିହାର ଓ ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ନୟାପଲ୍ଲୀ ଦୁର୍ଗାପୁଜା ମଣ୍ଡପରେ ଏମାନେ ଜଣେ ମହିଳାଙ୍କର ଭାନିଟରୁ ମୋବାଇଲ ଲୁଟ କରୁଥିବା ବେଳେ ଭିଡ ଭିତରୁ ଏମାନଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ପୂଜା ମଣ୍ଡପ ନିକଟରେ ଚୁଡି ଦୋକାନ କରିଥିବା ବେଳେ ଦୋକାନ ଭିତରେ ଲୁଟ ଅପରେସନର ନକ୍ସା ତିଆରି ହେଉଥିଲା ।
ଏ ସମ୍ପର୍କରେ ପୂଜା ମଣ୍ଡପ ଅଧିକାରୀଙ୍କୁ ପଚାରିବାରୁ, ଏହି ଲୁଟେରାମାନେ ଚୁଡ଼ି ଦୋକାନ ପାଇଁ ଅନୁରୋଧ କରିବାରୁ ଆମେ ସେମାନଙ୍କୁ ବ୍ୟବସାୟ କରିବାକୁ ସ୍ଥାନ ଦେଇଥିଲୁ ବୋଲି ନୟାପଲ୍ଲୀ ପୁଜା କମିଟିର ଉପଦେଷ୍ଟା ନବ କିଶୋର ବେହେରା କହିଛନ୍ତି।