ମାଲକାନଗିରି: ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ

ମାଲକାନଗିରି(କେନ୍ୟୁଜ୍): ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ। ମାଲକାନଗିରି ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲରେ ଗୁଳିବିନିମୟ। ଜଙ୍ଗଲରେ ମାଓ ଶିବିର ଚାଲିଥିବା ସୂଚନା ପାଇ SOG ଓ DVF ପକ୍ଷରୁ ମିଳିତ କୁମ୍ବିଂ ଅପରେସନ୍‌ କରାଯାଇଥିଲା। ପୋଲିସକୁ ଦେଖି ପ୍ରଥମେ ମାଓବାଦୀ ଗୁଳିଚାଳନା କରିଥିଲେ। ସୁରକ୍ଷାକର୍ମୀମାନଙ୍କ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା।

ଗୁଳି ବିନିମୟ ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ଗୋଟିଏ ଇନ୍‌ସାସ ବନ୍ଧୁକ, ଗୁଳି, ମାଗାଜିନ୍‌, ମେଡିସିନ୍‌, ମାଓ ପୋଷାକ ଜବତ ହୋଇଛି। ତା ସହ ମାଓବାଦୀଙ୍କ ବ୍ୟବହାର ସାମଗ୍ରୀ ଓ ମାଓ ପୁସ୍ତିକା ଜବତ ହୋଇଛି। ଏନେଇ ମାଲକାନଗିରି ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ଵାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.