ବଡ଼ ଧରଣର ଡକାୟତ ଗ୍ୟାଙ୍ଗ ଗିରଫ । ୬ ଜଣିଆ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ଢେଙ୍କାନାଳ ଜିଲ୍ଲା ପୋଲିସ । ଏମାନଙ୍କ ନିକଟରୁ ବହୁ ପରିମାଣର ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ, ଲାପଟପ, ମୋବାଇଲ ଫୋନ, ୪ଟି ସ୍କୁଟି, ଗୋଟିଏ ମୋଟର ସାଇକେଲ, ସୁନା ଅଳଙ୍କାର ସମେତ ବିପୁଳ ପରିମାଣର ମାର୍ବଲ ଟାଇଲ ଜବତ କରିଛି ପୋଲିସ ।
ଗତକିଛି ବର୍ଷ ଧରି ଏମାନେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡକାୟତି କରି ଆତଙ୍କ ଖେଳାଇଥିଲେ । ଏମାନେ ମୁଖ୍ୟତଃ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ ଓ ଏକୁଟିଆ ଘର ଗୁଡିକରେ ଡକାୟତି କରୁଥିଲେ । ଏହି ଗ୍ୟାଙ୍ଗ ନାଁ ରେ ବିଭିନ୍ନ ଥାନାରେ ୬୪ ଟି ଅପରାଧିକ ମାମଲା ରୁଜୁ ହୋଇଛି ।
ଏହି ଗ୍ୟାଙ୍ଗକୁ ଗିରଫ କରିବା ପାଇଁ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି କହିଛନ୍ତି ଢେଙ୍କାନାଳ ଏସପି । କାମାକ୍ଷାନଗର ଏସଡିପିଓ ସ୍ନେହାଶିଷ ସାହୁଙ୍କ ନେତୃତ୍ୱରେ ପର୍ଜଙ୍ଗ, କାମାକ୍ଷାନଗର, ତୁମୁସିଙ୍ଗା ଓ କଙ୍କଡାହାଡ଼ ଥାନା ଅଧିକାରୀଙ୍କ ମିଳିତ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ଆଉ କେଉଁମାନେ ଏହି ଗ୍ୟାଙ୍ଗ ସହ ସମ୍ପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଚାଲିଥିବା କହିଛନ୍ତିଏହି ଗ୍ୟାଙ୍ଗ ବିଶେଷ କରି ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ, ଓ ଘର ଗୁଡିକ ଉପରେ ନଜର ରଖି ଡକାୟତି ଏସପି ସନ୍ଦୀପ ସଂପଦ ମଡକର ।