ଖୋଲିଲା ହୀରାକୁଦର ଆଉ ୬ଟି ଗେଟ୍, ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ହେଲା ଜଳ ନିଷ୍କାସନ

ଭୁବନେଶ୍ୱର : ଖୋଲିଲା ହୀରାକୁଦ ଗେଟ୍ । ପ୍ରଥମେ୧୪ଟି ଗେଟ୍ ଖୋଲିଥିଲା । ଏବେ ଆଉ ୬ଟି ଗେଟ୍ ଖୋଲିଲା । ପର୍ଯ୍ୟାୟ କ୍ରମେ ଖୋଲାଗଲା ୨୦ଟି ସ୍ଲୁଇସ୍ ଗେଟ୍ । ଏବେ ୨୦ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ପଟୁ ୧୪ଟି ଏବଂ ଡାହାଣ ପଟୁ ୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାରର ଜଳସ୍ତର ୬୧୭.୩ ଫୁଟ ରହିଛି l
ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୯୦ ହଜ଼ାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୧ ଲକ୍ଷ ୫୦ହଜାର କ୍ୟୁସେକ ଜଳ । ତେବେ ରାଜ୍ୟରେ ନାହିଁ ବନ୍ୟା ଆଶଙ୍କା । ସବୁ ଜଳଭଣ୍ଡାରର ଜଳସ୍ତର ବଢୁଛି । ହୀରାକୁଦ ଡ୍ୟାମକୁ ଇନ୍ ଫ୍ଲୋ କମୁଛି । ତଳମୁଣ୍ଡରେ ବନ୍ୟା ଆଶଙ୍କା ନଥିବା ଜଳସମ୍ପଦ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି । ନଦୀକୂଳିଆ ଲୋକଙ୍କୁ ସତର୍କ କରାଯାଇଛି । ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି । ଆସନ୍ତାକାଲି ସକାଳେ ଖଇରମାଳରେ ସାଢେ ୪ଲକ୍ଷ ଓ ୩୦ ତାରିଖରେ ମୁଣ୍ଡଳୀରେ ପ୍ରାୟ ୫ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ।