ଚାନ୍ଦାବଲି(କେନ୍ୟୁଜ୍): ପଞ୍ଜାବର ଫଗୁଆର ଠାରେ ଚଳିତ ମାସ ଶେଷରେ ହେବାକୁ ଥିବା ୩୧ ତମ ସିନିଅର ସିପୋକ୍ ଟାକ୍ରୋ ଆନ୍ତଃରାଜ୍ୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଓଡ଼ିଶା ଦଳ ଘୋଷିତ ହୋଇଛି। ଏହି ଟିମରେ ଚାନ୍ଦବାଲିରୁ ୬ ଖେଳାଳି ସାମିଲ ହୋଇଛନ୍ତି।ଯାହାକୁ ନେଇ ଚାନ୍ଦବାଲିର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଏଥିରେ ଓଡିଶା ଦଳ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ବିଜୟ ହେବ ବୋଲି ଦୃଢ଼ ଆଶାପୋଷଣ କରିଛନ୍ତି ଜିଲ୍ଲା ସଂଗଠକ ତଥା ସଭାପତି ଆଡ଼ଭୋକେଟ ପ୍ରଭାସ ସୁଭଦର୍ଶନ ମହାନ୍ତି।
ଆଜି ଏକ ସମ୍ବର୍ଦ୍ଧନା ସଭାରେ ସାମ୍ବାଦିକ ସମ୍ମିଳନୀରେ ଚାନ୍ଦବାଲି ଅଞ୍ଚଳର ବହୁ ବିଶିଷ୍ଟ କ୍ରୀଡ଼ାବିତ୍,ସମାଜସେବୀ ମାନେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି। ପ୍ରତିଯୋଗୀ ମାନଙ୍କ ମଧ୍ୟରେ କୁମାରୀ ଗାୟତ୍ରୀ ସାହୁ,ରୂପାଲି ସାହୁ,ସୁଷମା ସାହୁ,ସଂଗୀତାଗିରୀ, ରତ୍ନମଞ୍ଜରୀ ପ୍ରଧାନ ଏବଂ ଅଙ୍କିତା ବେହେରାଙ୍କ ସହ ରାଜ୍ୟ ପ୍ରଶିକ୍ଷିକା ଲଷ୍ମୀ ପ୍ରିୟା ସାହୁ ପ୍ରମୁଖ ଏହି ଟିମ୍ ରେ ସାମିଲ ହୋଇଥିବା ଜଣା ପଡ଼ିଛି।
ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…
ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…