କଟକ ଛତ୍ର ବଜାରରେ ପହଞ୍ଚିଛି ୬ଟି ଆଳୁ ଗାଡି: ୟୁପିରୁ ୨ଟି ଓ ପଶ୍ଚିମବଙ୍ଗରୁ ୪ଟି ଗାଡି ଆସିଛି
କଟକ: କଟକ ଛତ୍ର ବଜାରରେ ପହଞ୍ଚିଛି ୬ଟି ଆଳୁ ଗାଡି । ୟୁପିରୁ ୨ଟି ଓ ପଶ୍ଚିମବଙ୍ଗରୁ ୪ଟି ଗାଡି ଆସିଛି । ଗତକାଲି ଆଳୁ କେଜି ହୋଲସେଲ୍ ଦର ୩୮ ଟଙ୍କା ଥିବାବେଳେ ଖୁଚୁରା ୪୫ ଟଙ୍କା ବିକ୍ରି ହୋଇଛି । ଆଜି ଆଉ ୨ ଟଙ୍କା କମରେ ବିକ୍ରି ହେଉଛି ।
ପଶ୍ଚିମବଙ୍ଗରୁ ଆଳୁ ଅମଳ ବିଳମ୍ବ ହେବା ଆଶଙ୍କାରେ ଓଡ଼ିଶାକୁ ଆଳୁ ନ ଦେବାକୁ ସେଠାକାର ସରକାର ନିଷ୍ପତି ନେଇଥିଲେ । ଫେବୃୟାରୀ କିମ୍ବା ମାର୍ଚ୍ଚ ମାସରେ ଆଳୁ ଦେବେ ବୋଲି ଘୋଷଣା କରିଥିଲେ । ଏହା ପରେ ଓଡ଼ିଶା ମାର୍କେଟରେ ମହଙ୍ଗା ମାଡ଼ ଦେଖା ଦେଇଥିଲା ।
ଅନ୍ୟପଟେ କୋଲକାତାରେ ମମତା ସରକାରଙ୍କ ନିଷ୍ପତ୍ତିକୁ ବ୍ୟବସାୟୀଙ୍କ ବିରୋଧ । ଆଜିଠୁ ପଶ୍ଚିମବଙ୍ଗରେ ଆଳୁ ଯୋଗାଣ ବନ୍ଦ । ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ପରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ଯୋଗାଣ ସଂଘର ନିଷ୍ପତ୍ତି । ପଡ଼ୋଶୀ ରାଜ୍ୟକୁ ଆଳୁ ଯୋଗାଣ ପ୍ରସଙ୍ଗରେ କଲିକତା ଖାଦ୍ୟ ଭବନରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ଯୋଗାଣ ସଂଘ ଓ ବିଭାଗୀୟ ମନ୍ତ୍ରୀ ବେଚାରାମ ମାନାଙ୍କ ମଧ୍ୟରେ ବୈଠକ ବସିଥିଲା । ବୈଠକରେ ବାହାରିପାରିନି କୌଣସି ନିଷ୍କର୍ସ । ଫଳରେ ନିଜ ରାଜ୍ୟରେ ଆଳୁ ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ସଂଘ ।