ରଜ ମଉଜ ସମୟରେ କାଳବୈଶାଖୀ: ଦୋଳି ଖେଳ ବେଳେ ବଜ୍ରପାତରେ ୬ ଯୁବତୀ ଗୁରୁତର

ରାୟଗଡ଼ା: ରଜ ପାଳନ ସମୟରେ ଅଘଟଣ। ବଜ୍ରପାତର ଶିକାର ହେଲେ ୬ ଯୁବତୀ। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଝିଗଡ଼ି ପଞ୍ଚାୟତର ଉର୍ଲାଯୋଡ଼ି ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା।
ସୂଚନା ମୁତାବକ, ଗାଁର ଏକ ଆମ୍ବ ତୋଟାରେ ଯୁବତୀମାନେ ରଜ ମଉଜ କରିବା ସମୟରେ ହଠାତ କାଳ ବୈଶାଖୀ ବର୍ଷା ସହ ଘଡ଼ଘଡ଼ି ହୋଇଥିଲା। ଏହି ସମୟରେ ବଜ୍ରପାତର ଶିକାର ହୋଇଥିଲେ ୬ ଯୁବତୀ। ଖବର ପାଇ ଗାଁ ଲୋକେ ଆମ୍ବୁଲାନ୍ସ ଡାକିଥିଲେ। ଆମ୍ବୁଲାନ୍ସ ଯୋଗେ ସେମାନେ ଯୁବତୀଙ୍କୁ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରକୁ ଆଣିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଯିବାରୁ ସେମାନଙ୍କୁ ବିଷମକଟକ ଖ୍ରୀଷ୍ଟିୟାନ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି।