ବାପା ମା’ଙ୍କ ସାମ୍ନାରେ ୬ ବର୍ଷର ବାଳକକୁ ଝାମ୍ପି ନେଲା ବାଘ

ଉମରକୋଟ(କେ ନ୍ୟୁଜ): ୬ ବର୍ଷର ବାଳକକୁ ଟେକିନେଲା ବାଘ । ବାଘ ଆକ୍ରମଣରେ ବାଳକ ଟିର ମୃତ୍ୟୁ ହୋଇଥିବା ନେଇ ଜଣାଯାଇଛି । ପିଲାଟି ନିଜ ଘର ଲୋକଙ୍କ ସହ ବୁଲିବାକୁ ଯାଇଥିବା ବେଳେ ତାକୁ ଏକ କଲରା ପତରିଆ ବାଘଟିନେଇଥିବା ଜଣାଯାଇଛି । ବାଘ ଝାମ୍ପନେଇଥିବା ନେଇ ସୂଚନା ଦେଇଛନ୍ତି ପରିବାର ଲୋକେ । ବାଳକଟି ନବରଙ୍ଗପୁର ରାଇଘର କୁରୁଡ଼ିହିର ମୂଳ ବାସିନ୍ଦା ବୋଲି ଜଣାଯାଇଛି । ବାଳକଙ୍କ ବୟସ ୬ ବର୍ଷ ହେବ। ତାଙ୍କ ନାମ ଅମିତ୍ ମର୍କାମ ଏବଂ ତାଙ୍କ ପିତାଙ୍କ ନାମ ନରେନ୍ଦ୍ର ମର୍କାମ ।

ଅମିତ ପରିବାର ସହ ଛତିଶଗଡ ରାଜ୍ୟର ସିହାଞ୍ବା ସ୍ଥିତ ଏକ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ସମୟରେ ଅଚାନକ଼୍ ଏକ ଚିତାବାଘ ଆକ୍ରମଣ କରିଥିଲା। ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଦୌଡୁଥିବା ବେଳେ ବାଳକ ଅମିତ୍ ବାଘ ହାବୁଡରେ ପଡି ଯାଇଥିଲେ । ବାଘ ତାଙ୍କୁ ଟାଣି ନେଇ ପାହାଡ଼କୁ ଚାଲି ଯାଉଥିବା ସମୟରେ ବନ ବିଭାଗ ଅଧିକାରୀ ଏବଂ ସିହାଞ୍ବା ପୋଲିସ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ସିହାଞ୍ବା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଓ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.