ଗଞ୍ଜେଇ ଚାଲାଣ ବେଳେ ୪ ଗିରଫ, ୬୦ କିଲୋ ଗଞ୍ଜେଇ ଜବତ

ଦଶପଲ୍ଲା : ଗଂଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ । ଗତକାଲି OD 02 AA 6535 ନମ୍ବର ନାମକ ଏକ କାରରେ ୪ ଜଣ ଦୁର୍ବୃତ୍ତ କନ୍ଧମାଳରୁ ଭୁବନେଶ୍ୱର ଅଭିମୁଖେ ଗଞ୍ଜେଇ ନେଇ ଯାଉଥିଲେ । ଦଶପଲ୍ଲା ସ୍ଥିତ ରଙ୍ଗମାଟିଆ ନିକଟରେ ବିଶେଷ ସୂତ୍ରରୁ ଖବର ପାଇ ଦଶପଲ୍ଲା ପୋଲିସ କାରକୁ ଅଟକାଇଥିଲା । କାରରୁ ପ୍ରାୟ ୬୦ କିଲୋ ଗଞ୍ଜେଇ ଜବତ କରିଥିବା ବେଳେ କାର ସହ ୪ ଜଣକୁ ଗିରଫ କରିଛି ଦଶପଲ୍ଲା ପୋଲିସ । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।