୬୦ କେଜି ତରଳ ଗଞ୍ଜେଇ ଜବତ, ଆନୁମାନିକ ମୂଲ୍ୟ ୮ କୋଟି ଟଙ୍କା

ମାଲକାନଗିରି : ଚୋରା ଚଲାଣ ହେଉଥିବା ତରଳ ଗଂଜେଇ ଚୋରା ଚାଲାଣ ଯୋଜନାକୁ ପଣ୍ଡ କରିଛି ମାଲକାନଗିରି ପୋଲିସ। ୬୦ କେଜି ତରଳ ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୮ କୋଟି ଟଙ୍କା ହେବ। ଚିତ୍ରକୋଣ୍ଡା ଆଞ୍ଚଳରୁ ତରଳ ଗଂଜେଇ ଚାଲାଣ ହେଉଥିଲା l ୮ ଜଣ ସନ୍ଧିଗ୍ଧ ବ୍ୟକ୍ତି ESSAR ଛକ ନିକଟରେ ଏକାଠି ହୋଇଥିଲେ l ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସନ୍ଧିଗ୍ଧ ମାନେ ଛତ୍ରଭଙ୍ଗ ଦେଇଥିଲେ l ପୋଲିସ ତଳସୀ କରି ୬୦ କେଜି ଗଂଜେଇ ତେଲ ଜବତ କରିଛି l ତରଳ ଗଞ୍ଜେଇ ଜବତ ହେବାରେ ଏହା ଓଡ଼ିଶାରେ ପ୍ରଥମ ଘଟଣା । ଏ ନେଇ ଚିତ୍ରକୋଣ୍ଡା ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।