ରାଉରକେଲା ଷ୍ଟେସନରେ ୭୫ କେଜି ରୁପା ଅଳଙ୍କାର ଜବତ, ଜଣଙ୍କୁ ଅଟକ ରଖିଲା ଜିଆରପି

ରାଉରକେଲା:  ରାଉରକେଲା ରେଲୱେ ଷ୍ଟେସନରେ ୭୫ କେଜି ରୁପା ଅଳଙ୍କାର ଜବତ । ରେଲୱେ ଷ୍ଟେସନରେ ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ରାଞ୍ଚିର ଚନ୍ଦନ କୁମାରଙ୍କ ଠାରୁ ୭୫ କେଜି ରୁପା ଅଳଙ୍କାର ଜବତ କରି ତାଙ୍କୁ ଅଟକ ରଖିଛି ଜିଆରପି ।  ରୁପା ଅଳଙ୍କାର ସମ୍ପର୍କରେ କୌଣସି ସଠିକ୍ ଉତ୍ତର ଦେଇନପାରିବାରୁ ଘଟଣାର ଅଧିକ ତଦନ୍ତ ପାଇଁ ଜିଏସଟି ବିଭାଗକୁ ହସ୍ତାନ୍ତର କରାଯାଇଥିବା ରାଉରକେଲା ଜିଆରପି ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ବିନା ଜିଏସଟିରେ ରୁପା ଅଳଙ୍କାର ଚାଲାଣ ହେଉଥିବା ସନ୍ଦେହ କରାଯାଉଛି । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି ରାଉରକେଲା ଜିଏସଟି ବିଭାଗ ।