ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି, ମୁତୟନ ହେବେ ୬୦ ପ୍ଲାଟୁନ ଫୋର୍ସ

ପୁରୀ : ନୂତନ ବର୍ଷ ପାଇଁ ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।  ଆଜି ରିଜର୍ଭ ପୋଲିସ ଲାଇନ ପଡିଆରେ ଏସପି ବିନୀତ ଅଗ୍ରୱାଲ ଯାତ୍ରୀ ତଥା ପର୍ଯ୍ୟଟକଙ୍କ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା,ଟ୍ରାଫିକ ସୁପରିଚାଳନା ପାଇଁ ପୋଲିସ ବ୍ରିଫି କରିଛନ୍ତି ।

ମାର୍କେଟ ଛକ ଠାରୁ ବ୍ୟାରିକେଡ଼ କରାଯିବ। ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ଭିଡ଼ ନିୟନ୍ତ୍ରଣ, ସମୁଦ୍ର କୂଳରେ ଗହଳି ନିୟନ୍ତ୍ରଣ,ସୁରକ୍ଷିତ ସମୁଦ୍ର ସ୍ନାନ ଉପରେ ଗୁରୁତ୍ୱ ଦିଆଯାଇଛି। ଭୁବନେଶ୍ବର ପଟୁ ଆସୁଥିବା ଚାରି ଚକିଆ ଗାଡି ଜେଲ ରୋଡ ଓ ଶରଧାବାଲି,ବ୍ରହ୍ମଗିରି ପଟୁ ଆସୁଥିବା ଗାଡି ମଙ୍ଗଳାଘାଟ ଦେଇ ଯାତ୍ରୀକା ଏବଂ କୋଣାର୍କ ପଟୁ ଆସୁଥିବା ଗାଡି ତାଳବଣିଆରେ ପାର୍କିଂ କରିବେ ।

ଶାନ୍ତିଶୃଙ୍ଖଳା ରକ୍ଷା, ଜନଗହଳି ନିୟନ୍ତ୍ରଣ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୨ ଜଣ ଏସପି,୧୦ ଜଣ ଅତିରିକ୍ତ ଏସପି,୪୦ ଡିଏସପି,୭୦ ଇନ୍ସପେକ୍ଟର ,୨୨୦ ଏଏସଆଇ ଓ ଏସଆଇ ରାଙ୍କର ଅଧିକାରୀଙ୍କ ସହ ୬୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଭକ୍ତ,ଶ୍ରଢାଳୁ କିଭଳି ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରି ଯିବେ ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି।

ସେହପରି ସମୁଦ୍ରକୂଳରେ ଲାଇଫଗାର୍ଡ ଓ ଆଗ୍ନିକ ମାନେ ମୁତୟନ ହେବେ ।  ପୁରୀ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ମଧ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ବାହିନୀ ମୁତୟନ କରାଯାଇଛି ।