ନିଆରା ଚିନ୍ତାଧାରାକୁ ସଲାମ୍: ଦେହରେ ପ୍ରଚାର ପତ୍ର ଝୁଲାଇ ଦୀର୍ଘ ଏକ ଦଶନ୍ଧି ଧରି ଲୋକଙ୍କୁ ସଚେତନ କରୁଛନ୍ତି ପ୍ରକୃତି ପ୍ରେମୀ ବିଜୟ

ଗଞ୍ଜାମ: କଥା କୁହାଳିଆ ନୁହେଁ କି ଲୋକଦେଖାଣିଆ ନୁହେଁ। ବ୍ଯକ୍ତିଗତ ପ୍ରତିଷ୍ଠା କମ୍ବା ସ୍ବାର୍ଥ ପାଇଁ ନୁହେଁ । ଏକ ନିଆରା ଓ ନିସ୍ବାର୍ଥପର ଚିନ୍ତାଧାରା ଏବଂ ଅନ୍ଯକୁ ସଚେତନ ଓ ମହତବାର୍ତ୍ତା ଦେବା ପାଇଁ ବିଗତ ଏକ ଦଶନ୍ଧି ଧରି ଉଚ୍ଛର୍ଗୀକୃତ୍ୟ ଜୀବନ ବିତାଇ ଆସୁଛନ୍ତି ପ୍ରକୃତି ପ୍ରେମୀ ବିଜୟ ଚନ୍ଦ୍ର ପ୍ରଧାନ ।

oldଗାଁକୁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ବିଜୟ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ ଅନ୍ତର୍ଗତ କ୍ଷେତ ମୁଣ୍ଡୁଳି ଗାଁର ବିଜୟ ଚନ୍ଦ୍ର ପ୍ରଧାନ । ବୟସ ୬୦ ଟପିଲାଣି । ନିଆରା ବେଶଭୂଷା, ଦେହରେ ପ୍ରଚାର ପତ୍ର ଝୁଲାଇ ନିଜର ମୋଟର ସାଇକେଲରେ ବୁଲି ବୁଲି ପରିବେଶ,ପ୍ରକୃତି,ଜଙ୍ଗଲ ଏବଂ ବନ୍ଯଜନ୍ତୁଙ୍କ ସୁରକ୍ଷା ପାଇଁ ଲୋକଙ୍କୁ ବୁଝାଉଛନ୍ତି । ରାସ୍ତାକଡ ହେଉ କି ଗାଁ ଦାଣ୍ଡ ଯେଉଁଠି ଲୋକ ଗହଳି ଦେଖିଲେ ସେଠି ଆରମ୍ଭ କରିଦିଅନ୍ତି ସଚେତନତାର ବାର୍ତ୍ତା । କେଉଁଠି ଛୋଟ ସ୍କୁଲ ପିଲାଙ୍କୁ ବାପାରେ ମାରେ ସମ୍ବୋଧନ କରି ସଚେତନ କରିଥାନ୍ତି ତ କେଉଁଠି ଗୋଡ ହାତ ଧରି।

old manସେ ବିଶେଷ କରି ଛୋଟ ପିଲାଙ୍କୁ ସଚେତନ କରାଇବା ଉପରେ ଗୁରୁତ୍ବ ଦେଇଥାନ୍ତି । ତାଙ୍କ କହିବା କଥା ଆଗାମୀ ଭବିଷ୍ୟତ ଗଢିବାକୁ ଯାଉଥିବା ଛୋଟ ପିଲାମାନେ ପରିବେଶ ଓ ଜଙ୍ଗଲର ସୁରକ୍ଷା ଭଲଭାବରେ ଜାଣିବା ଦରକାର । ଚାରା ଲଗାଇବା, ଗଛ ନକାଟିବା, ବନ୍ୟ ଜନ୍ତୁଙ୍କୁ ଶିକାର ନକରିବା, ପାଇଁ ବୁଝାଇଥାନ୍ତି । ଏହାସହ ବାହାରେ କୌଣସି ସ୍ଥାନରେ ନିଆଁ ଲଗାଇ ସେଥିରୁ ବାହାରୁ ଥିବା ଧୂଆଁ ଦ୍ବାରା ପରିବେଶକୁ ପ୍ରଦୁଷିତ ନକରିବା ପାଇଁ ସେ ନେହୁରା ହୋଇଥାନ୍ତି ।

awarnessନିଜସ୍ବ ଖର୍ଚ୍ଚରେ ସେ ଦୀର୍ଘ ୧୦ବର୍ଷ ଧରି ଏପରି ସଚେତନ କରିଆସୁଛନ୍ତି । ତେବେ ଏ ସଂକ୍ରାନ୍ତରେ ବିଜୟ କୁହିଛନ୍ତି କି ଅତିତର କିଛି ପ୍ରାୟଶ୍ଚିତ ପାଇଁ ସେ ଆଜି ଜଙ୍ଗଲ ଓ ବନ୍ଯଜନ୍ତୁଙ୍କ ସୁରକ୍ଷା କରିବା ପାଇଁ ନିଷ୍ପତି ନେଇଛନ୍ତି । ତେବେ ବିଜୟଙ୍କର ଏହି ବିରଳ ଉଦ୍ଦେଶ୍ଯ ସାରା ଦୁନିଆ ପାଇଁ ଉଦାହରଣ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.