ବ୍ରିଟେନରୁ ଓଡ଼ିଶା ଫେରିଲେ ୬୧ ଜଣ, ରାଜଧାନୀରୁ ସର୍ବାଧିକ

ଭୁବନେଶ୍ୱର(କେ ନ୍ୟୁଜ): ବ୍ରିଟେନରୁ ଓଡ଼ିଶା ଫେରିଲେଣି ୬୧ ଜଣ । ଡିସେମ୍ବର ୭ ତାରିଖ ପରଠୁ ହିଁ ଏମାନେ ଓଡ଼ିଶା ଫେରିଥିବା ଜଣାଯାଇଛି । ବ୍ରିଟେନ୍‌ ଫେରନ୍ତାଙ୍କ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି । ଓଡ଼ିଶାର ୧୧ ଜିଲ୍ଲାକୁ ବ୍ରିଟେନରୁ ଫେରିଛନ୍ତି । ବ୍ରିଟେନ ଫେରନ୍ତାଙ୍କ RT-PCR ଟେଷ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏମାନଙ୍କ ସର୍ଭେଲାନ୍ସ ସହ କଣ୍ଟାକ୍ଟ ଟ୍ରେସିଂ ବି କରାଯିବ । ବ୍ରିଟେନରୁ ଖୋର୍ଦ୍ଧା ଜିଲ୍ଲାକୁ ଫେରିଛନ୍ତି ମୋଟ୍‌ ୨୩ ଜଣ ବ୍ୟକ୍ତି । ଏମାନଙ୍କ ଭିତରେ ଭୁବନେଶ୍ୱରରୁ ଅଛନ୍ତି ସର୍ବାଧିକ ୨୨ ଜଣ ।

ସେହିପରି କଟକ ଜିଲ୍ଲାକୁ ୫ ଜଣ ଫେରିଥିବା ବେଳେ ବ୍ରହ୍ମପୁର ଓ କୋରାପୁଟକୁ ୩ ଜଣ ଲେଖାଏଁ ବ୍ରିଟେନରୁ ଫେରିଛନ୍ତି । ସେହିପରି ନବରଙ୍ଗପୁରକୁ ୨ଜଣ ଆସିଥିବା ବେଳେ ନୟାଗଡ଼, ସମ୍ବଲପୁର, ଜଗତସିଂହପୁର, ବଲାଙ୍ଗିର, ପୁରୀ, ଯାଜପୁର ଜିଲ୍ଲାକୁ ଜଣେ ଲେଖାଏଁ ଓ ରାଇରଙ୍ଗପୁରକୁ ଜଣେ ଲେଖାଏଁ ବ୍ରିଟେନରୁ ଫେରିଛନ୍ତି । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଗତକାଲି ପଜିଟିଭ ଚିହ୍ନଟ ବ୍ରିଟେନ ଫେରନ୍ତାଙ୍କ ନମୁନା ଟେଷ୍ଟ ପାଇଁ ପୁଣେ ସ୍ଥିତ ଏନଆଇଭିକୁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.