ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, ୬୨୨ ଜଣ ଡାକ୍ତରଙ୍କୁ ଠିକା ନିଯୁକ୍ତି

ଭୁବନେଶ୍ବର : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ୯୩୮ ଜଣ ଏମବିବିଏସ୍‌ ଡାକ୍ତରଙ୍କୁ ନିଯୁକ୍ତିର ଦିନକ ପରେ ୬୨୨ ଜଣ ଡାକ୍ତରଙ୍କୁ ଠିକା ନିଯୁକ୍ତି । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ଡାକ୍ତର ଅଭାବ ସମସ୍ୟାଦୂର ହୋଇପାରିବ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଭିନ୍ନ ଜିଲ୍ଲାର ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦବୀରେ ନିଯୁକ୍ତି ଦିଆଯାଇଛି।

ନୂଆ ନିଯୁକ୍ତି ପରେ ରାଜ୍ୟରେ ଡାକ୍ତରଙ୍କ ସଂଖ୍ୟା ୬ ହଜାର ତିନିଶହ ୨୯ରେ ପହଞ୍ଚିିଛି। ରାଜ୍ୟରେ ମୋଟ ୬ ହଜାର ୭୧୯ ଡାକ୍ତର ପଦବୀରୁ ଏଯାଏଁ ୩୯୦ଟି ପଦ ଖାଲି ପଡ଼ିଛି। ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛି ଓମସା ।

ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ନେଇ ଅଭିଯୋଗ ଆସୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.