୬୩ ବ୍ରୟଲରଙ୍କ ହାର୍ଟ ଫଟାଇଦେଲା ଡିଜେ ସାଉଣ୍ଡ, ଭାଇବ୍ରେଟରେ ଗୋଟିଏ ପରେ ଗୋଟିଏ ଟଳି ପଡିଲେ  

ବାଲେଶ୍ବର(କେନ୍ୟୁଜ୍):  ନୀଳଗିରି ଥାନା କାଣ୍ଡଗରଡ଼ି ଗ୍ରାମରେ DJ ସାଉଣ୍ଡରେ ୬୩ଟି କୁକୁଡ଼ା ମରିଯାଇଥିବା ନେଇ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି  କୁକୁଡ଼ା ଚାଷୀ ।  ଅଭିଯୋଗ ଆନୁଯାୟୀ ଗତକାଲି ରାତିରେ ଗ୍ରାମର ଜଣେ ବ୍ଯକ୍ତିଙ୍କ ଝିଅ ବାହାଘରକୁ ବରଯାତ୍ରୀ ସାଙ୍ଗରେ DJ ବଜାଇ ଆସିଥିଲେ।  କୁକୁଡ଼ା ଫାର୍ମ ନିକଟରେ  ଯୁବ କୁକୁଡ଼ା ଚାଷୀ ରଞ୍ଜିତ ପରିଡା ବରଯାତ୍ରୀଙ୍କୁ ଡିଜେ ସାଉଣ୍ଡ କମାଇବାକୁ ନେହୁରା ହୋଇଥିଲେବି କେହି ତାଙ୍କ କଥାକୁ ଶୁଣିନଥିଲେ।

ପରେ ସାଉଣ୍ଡ ଅଧିକ ଯୋଗୁ ଫାର୍ମରେ ଥିବା କୁକୁଡ଼ା ଗୁଡ଼ିକ ମରି ପଡିଥିଲେ।  ପାଖାପାଖି ୬୩ ଟି କୁକୁଡ଼ା ମରିଯାଇଥିବା ବେଳେ ନା କନ୍ଯାପକ୍ଷ ନା ବରପକ୍ଷ କେହିବି ଶୁଣିନଥିଲେ।  ପରେ ଯୁବକ ଜଣଙ୍କ ଆଜି ନୀଳଗିରି ଥାନାର ଅଭିଯୋଗ ପତ୍ର ନେଇ ଦ୍ୱାରସ୍ତ ହୋଇଛନ୍ତି।  ଅଭିଯୋଗ ପରେ ନୀଳଗିରି ପୋଲିସ  ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.