ଆଜିଠୁ ୬୩ତମ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ, ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ଆରମ୍ଭ ହେବ ୬୩ତମ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ । ୩ ଦିନ ଧରି ଚାଲିବ ସମ୍ମିଳନୀ। ପୋଲିସ ମୁଖ୍ୟାଳୟରୁ ଭର୍ଚୁଆଲ ମାଧ୍ୟମରେ ପୋଲିସ ଡିଜି ଅଭୟ ଏହି ସମ୍ମିଳନୀକୁ ଉଦଘାଟନ କରିବେ । IPS ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ମଧ୍ୟରେ ଆସନ୍ତା ପଞ୍ଚାୟତ ନିର୍ବାଚନ ରହିବ। ବୈଠକର ପ୍ରଥମ ଦିନରେ ମୁଖ୍ୟ ପ୍ରସଙ୍ଗ ରହିବ ରାଜ୍ୟର ଅପରାଧିକ ଚିତ୍ର, ମାଓବାଦୀ ଦମନ ଓ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି। ୨୦୨୧ରେ ରାଜ୍ୟରେ ଅପରାଧିକ ଚିତ୍ର କଣ ରହିଛି। ଲୁଟ୍‌, ଦୁଷ୍କର୍ମ, ହତ୍ୟା, ରାହାଜାନୀର ସଂଖ୍ୟା, କେତେ ଚାର୍ଜସିଟ୍‌ ହୋଇଛି ଓ କେତେ ମାମଲା ବିଚାର ପ୍ରକ୍ରିୟାକୁ ଆସିଛି ତାହା ଉପରେ ବିସୃତ ଭାବେ ଆଲୋଚନା ହେବ।

ସେହିପରି ରାଜ୍ୟରେ ମାଓବାଦୀ ଦମନ ପାଇଁ କି ବ୍ୟବସ୍ଥା ହୋଇଛି। ସେମାନଙ୍କ ସ୍ଥିତି କଣ ରହିଛି ସେନେଇ ଆଲୋଚନା କରାଯିବ। ଦ୍ୱିତୀୟ ଦିନରେ ମହିଳା ବିରୋଧୀ ହିଂସା, ସାଇବର କ୍ରାଇମ ଓ ଡ୍ରଗ୍ସ କାରବାର ରୋକିବା ପାଇଁ ପଦକ୍ଷେପ ଏବଂ ପୋଲିସ ଟ୍ରେନିଂ ଉପରେ ଆଲୋଚନା ହେବ। ୧୮ ତାରିଖ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଦେଇ ପୋଲିସଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରିଷ୍ଠ ପୋଲିସ ଦିକାରୀଙ୍କ ସମ୍ମିଳନୀ ପାଇଁ ଅତିରିକ୍ତ ଡିଜି ଆଇନ ଶୃଙ୍ଖଲା ଆର.କେ ସ୍ରମାଙ୍କୁ ସଚିବ ଓ ଆଇଜି ଅପରେସନ୍‌ ଅମିତାଭ ଠାକୁରଙ୍କୁ ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି। ସମ୍ମିଳନୀରେ ଜିଲ୍ଲା ସେ୍‌ପି, ଡିସିପି, କମାଣ୍ଡାଣ୍ଟଙ୍କ ସମେତ ଗୁଇନ୍ଦା ବିଭାଗ, ଜେଲ୍‌ ବିଭାଗ ଓ ରେଲୱେ ପୋଲିସ ଅଧିକାରୀ ଯୋଗଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.