ବ୍ରହ୍ମପୁର (କେନ୍ଯୁଜ୍) : ଆଜି ସରିଲା ବ୍ରହ୍ମପୁର ମହାନଗର ନିଗମ ସମେତ ରାଜ୍ୟର ୬୫ଟି ପୌର ସଂସ୍ଥା ନିର୍ବାଚିତ ପରିଷଦର କାର୍ଯ୍ୟକାଳ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ, ଏହି ସଂସ୍ଥାଗୁଡ଼ିକର ନିର୍ବାଚିତ ଜନପ୍ରତିନିଧିଙ୍କର ୫ ବର୍ଷିଆ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି । ତେଣୁ ନିର୍ବାଚିତ ଜନପ୍ରତିନିଧିମାନେ ଆଉ ସେମାନଙ୍କ ପଦରେ କାର୍ଯ୍ୟ କରିପାରିବେ ନାହିଁ ।
ସିଟ୍ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ନେଇ ସଂପୂର୍ଣ୍ଣ ତଥ୍ୟ ରାଜ୍ୟ ସରକାର ଓ ଜିଲ୍ଲାପାଳଙ୍କ ଠାରୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ମିଳିପାରିନାହିଁ । ଏଥିରେ ଆଇନଗତ ପ୍ରତିବନ୍ଧକ ରହିଛି । ତେଣୁ କୌଣସି ପରିସ୍ଥିତିରେ ଏବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯାଇପାରୁନାହିଁ । ତେଣୁଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସଚିବଙ୍କୁ ଏହାର ପରିଚାଳନା ଉଚିତ ପଦକ୍ଷେପ ନେବାକୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ୟୁ.ଏନ ଦାସ ।