ହନୁମାଙ୍କଡ଼ ଆକ୍ରମଣରେ ଗୁରୁତର ଆହତ ହେଲେ ୬୫ ବର୍ଷୀୟ ବୃଦ୍ଧ

ଖୋର୍ଦ୍ଧା ( କେନ୍ୟୁଜ): ଆଜି ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ନଇରୀ ଗ୍ରାମରେ ବୃଦ୍ଧଙ୍କୁ ମାଙ୍କଡ କାମୁଡି କ୍ଷତ ବିକ୍ଷତ କରି ପକାଇଛି । ତାଙ୍କ ନାମ ବିଷ୍ଟୁ ଚରଣ ଖଟେଇ | ତାଙ୍କ ବୟସ ୬୫ ବର୍ଷ । ବୃଦ୍ଧଙ୍କର ବେକରେ ଗଭୀର କ୍ଷେତ ହୋଇଛି । ଏବେ ଲଗ ଡାଉନ ସମୟରେ ଖାଦ୍ୟ ଅଭାବ ଯୋଗୁଁ ଜଙ୍ଗଲି ମାଙ୍କଡ ଦଳ ନଇରୀ ଗାଁକୁ ପଳାଇ ଆସିଛନ୍ତି । ସେମାନେ ଗାଁ ଗଣ୍ଡା ବାଡି ବଗିଚାରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଗଛ ଗୁଡିକୁ ଭାଙ୍ଗି ଦେଉଛନ୍ତି । ଏମିତି ଉତ୍ପାତ କରୁଥିବା ବେଳେ ଗାଁର କିଛି ଯୁବକ ମାଙ୍କଡ ମାନଙ୍କୁ ଘଉଡାଉ ବାକୁ ଚେଷ୍ଟା କରୁଥିବା ବେଳେ ଏକ ହନୁ ମାଙ୍କଡ ବାହାରି ଆସି ବୃଦ୍ଧଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା ।

ଫଳରେ ବୃଦ୍ଧଙ୍କର ବେକରେ ଗୁରୁତର କ୍ଷତ ହୋଇଥିଲା । ତୁରନ୍ତ ଚିକିତ୍ସା ପାଇଁ ପରିବାର ଲୋକ ବୃଦ୍ଧଙ୍କୁ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଲକ ଡାଉନ ସମୟରେ କରୋନା ପ୍ରକୋପ ଠାରୁ ମାଙ୍କଡ଼ ମାନଙ୍କ ଉତ୍ପାତ ବେଶ ବଢି ଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.