‘କାଳିଆ’ ଯୋଜନାରେ ବଢିଲା ଆବେଦନ ସଂଖ୍ୟା , ଆଜି ସୁଦ୍ଧା ଆବେଦନ କରିଛନ୍ତି ୬୬ଲକ୍ଷ ଚାଷୀ

ଭୁବନେଶ୍ବର(କେନ୍ୟୁଜ୍) : ‘କାଳିଆ’ ଯୋଜନାରେ ବଢିଲା ଆବେଦନ ସଂଖ୍ୟା । ଏହି ଯୋଜନାରେ ସାମିଲ ହେବା ପାଇଁ ଆଜି ସୁଦ୍ଧା ୬୬ଲକ୍ଷ ଚାଷୀ ଆବେଦନ କରିଛନ୍ତି। ଆସନ୍ତା ୨୫ ସୁଦ୍ଧା ହିତାଧିକାରୀଙ୍କୁ ମିଳିବ ‘କାଳିଆ’ ଯୋଜନାରେ ଟଙ୍କା । ପ୍ରଥମ ପର‌୍ୟ୍ୟାୟରେ ୧୨ ଲକ୍ଷରୁ ୧୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ଟଙ୍କା । କୃଷି ସଚିବ ସୌରଭ ଗର୍ଗ ଏନେଇ ସୂଚନା ଦେଇଛନ୍ତି। ୧୫ ତାରିଖରେ ପ୍ରଥମ ପର‌୍ୟ୍ୟାୟ ଆବେଦନ ସରିଛି ।

kl1 କାଳିଆ ଯୋଜନାରେ ଦ୍ୱିତୀୟ ପର‌୍ୟ୍ୟାୟ ପଞ୍ଜିକରଣ ଆସନ୍ତା ୨୫ରୁ ଫେବ୍ରୁଆରୀ ୫ ତାରିଖ ଯାଏ ଚାଲିବ । କ୍ଷୁଦ୍ର ଚାଷୀ ଠାରୁ ଆରମ୍ଭ କରି ଭାଗଚାଷୀ, ଭୂମିହୀନ ଯାଏଁ ସମସ୍ତେ ଏଥିରେ ଉପକୃତ ହେବେ । ରବି ଓ ଖରିଫ ଋତୁରେ ଚାଷ ପାଇଁ ସହାୟତା ଦିଆଯିବ । ବିନା ସୁଧରେ ଋଣ, ବୀମା ସୁବିଧା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.