ଆଜି ରାଜ୍ଯରେ ୬୬୮ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୭ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୬୬୮ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୮୫ ଜଣ କ୍ୱାରେଣ୍ଟାଇନରୁ ଏବଂ ୨୮୩ ଲୋକାଲ୍ କେସରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ଯରେ ମୋଟ୍ ପଜିଟିଭ୍ ସଂଖ୍ଯା ୩,୧୪,୬୨୯ ରେ ପହଁଚିଥିବାବେଳେ, ୩,୦୫,୮୧୩ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି। ଏହାସହିତ ଏବେବି ରାଜ୍ଯରେ ୭୦୧୬ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସେହିପରି ରାଜ୍ୟରେ ଆଜି ୧୭ଜଣଙ୍କ ଜୀବନ ନେଇଛି ମରାତ୍ମକ କରୋନା ଭାଇରସ୍। ଏହାକୁ ମିଶାଇ ରାଜ୍ଯରେ ମୋଟ୍ ମୃତକଙ୍କ ସଂଖ୍ଯା ୧,୬୫୭ ରେ ପହଁଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.