କମିଲା ସଂକ୍ରମଣ: ୨୪ ଘଣ୍ଟାରେ ଓଡ଼ିଶାରେ ୬୮ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେହିଭଳି ବାଲେଶ୍ୱରରେ ୪, ଭଦ୍ରକରେ ୧, ବଲାଙ୍ଗୀରରେ ୧, କଟକରେ ୬, ଦେଓଗଡ଼ରେ ୧, ଯାଜପୁରରେ ୪, କେନ୍ଦୁଝରରେ ୨, ଖୋର୍ଦ୍ଧାରେ ୧୪, ମୟୂରଭଞ୍ଜରେ ୧, ନୟାଗଡ଼ରେ ୬, ନୂଆପଡ଼ାରେ ୩, ପୁରୀରେ ୮, ସମ୍ବଲପୁରରେ ୫, ସୁନ୍ଦରଗଡ଼ରେ ୯ ଓ ଷ୍ଟେଟ ପୁଲରୁ ୩ ଜଣ ସଂକ୍ରମିତ ହୋଇଛନ୍ତି।

Also Read: ବଢ଼ୁଛି ସଂକ୍ରମଣ: ୨୪ ଘଣ୍ଟାରେ ଓଡ଼ିଶାରେ ୯୧ ଜଣ କରୋନା ପଜିଟିଭ ଚିହ୍ନଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.