ମଧ୍ୟାହ୍ନ ଭୋଜନରେ ଚିନି ଜାଗାରେ ଡିଟରଜେଣ୍ଟ ପାଉଡର, ୬୮ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ

ଟିଟିଲାଗଡ : ମଧ୍ୟାହ୍ନ ଭୋଜନରେ ଚିନି ଜାଗାରେ ଡିଟରଜେଣ୍ଟ ପାଉଡର । ମଧ୍ୟାହ୍ନ ଭୋଜନ ଖାଇ ୬୮ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଟିଟିଲାଗଡ଼ ମୁରିବାହାଲ ବ୍ଲକ ଡେଙ୍ଗପଦର ଉଚ୍ଚ ପ୍ରାଇମେରୀ ସ୍କୁଲରେ ଘଟିଛି ଘଟଣା। ମଧ୍ୟାହ୍ନ ଭୋଜନ ଖାଇବା ପରେ କିଛି ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ । ଅସୁସ୍ଥ ପିଲାମାନଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମଧ୍ୟାହ୍ନ ଭୋଜନରେ ଚିନି ଜାଗାରେ ଡିଟରଜେଣ୍ଟ ପାଉଡର ପଡିଥିବା ଅଭିଯୋଗ କରିଛନ୍ତି ଅବିଭାବକ । ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଚାଲିଛି । ସେମାନଙ୍କୁ ୫ ଜଣିଆ ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି ।