ଜେନାପୁରରେ ବାରହା ଆତଙ୍କ, ବୃଦ୍ଧା ମୃତ

ଯାଜପୁର : ଯାଜପୁର ଜେନାପୁରରେ ବାରହା ଆତଙ୍କ । ବାରହା ଆକ୍ରମଣରେ ଜଣେ ବୃଦ୍ଧା ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି । ରେଖିଦେଇପୁର ଅଞ୍ଚଳର ଜଣେ ବୃଦ୍ଧା ହାଟରୁ ପରିବା କିଣି ଫେରୁଥିବା ବେଳେ ବାରହା ତାଙ୍କୁ ଆକ୍ରମଣ କରିଥିଲା । ବୃଦ୍ଧାଙ୍କୁ ରକ୍ଷା କରିବାକୁ ଯାଇ ଜଣେ ଯୁବକ ମଧ୍ୟ ବାରହା ଆକ୍ରମଣର ଶିକାର ହୋଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ମେଡିକାଲ ପଠାଯାଇଥିଲା । ସେଠାରେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ । ଆହତ ଯୁବକଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ବାରହା ବୁଲୁଥିବାର ନେଇ ବନ ବିଭାଗକୁ ଜଣାଇଛନ୍ତି ସ୍ଥାନୀୟ ଲୋକେ । ବାରହା ଆକ୍ରମଣ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଛି ।