୧୨ଟି ନୂଆ ରେକର୍ଡ ସହ କିଟରେ ୬୮ ତମ ଓଡ଼ିଶା ରାଜ୍ୟ ଦୌଡ଼କୁଦ ଚାମ୍ପିଅନ୍‍ସିପ ହେଲା ଉଦଯାପିତ,ଦୂତି ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍‍

କେନ୍ୟୁଜ୍(ବ୍ୟୁରୋ): ୧୨ଟି ନୂଆ ରେକର୍ଡ ସହ କିଟ୍‍ ଆଥ୍‍ଲେଟିକ୍‍ ଷ୍ଟାଡ଼ିଅମରେ ଚାଲିଥିବା ୬୮ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା (ବରିଷ୍ଠ ଓ କନିଷ୍ଠ) ସୋମବାର ଉଦଯାପିତ ହୋଇଯାଇଛି।

ଭୁବନେଶ୍ୱର ମେୟର ସୁଲୋଚନା ଦାସ ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଓଡ଼ିଶା ଆଥଲେଟିକ୍‍ ଆସୋସିଏସନ୍‍ ସମ୍ପାଦକ ଆଶୀର୍ବାଦ ବେହେରା, ସଭାପତି ଜି. ଶ୍ରୀନିବାସ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଅଶୋକ ସାହୁ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା ଓ ଓଡ଼ିଶା ଅଲିମ୍ପିକ୍‍ ଆସୋସିଏସନ୍‍ର ସମ୍ପାଦକ ଅଭିଜିତ ପାଲ ପ୍ରମୁଖ ଉପସ୍ଥିତ ରହି ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

ଚାମ୍ପିଅନ୍‍ସିପରେ ଓଡ଼ିଶାର ୩୦ଟି ଜିଲ୍ଲା, ପରାଦୀପ ବନ୍ଦର, ଓଡ଼ିଶା ପୋଷ୍ଟ ଓ ଟେଲିକମ୍‍ ଆଦିରୁ ୨ହଜାରରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍‍, କୋଚ ଓ ଅଫିସିଆଲ୍‍ ଯୋଗ ଦେଇଥିଲେ। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ଆଥଲେଟିକ୍‍ ଆସୋସିଏସନ୍‍ ଓ କିଟ୍‍-କିସ୍‍ ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.