ଷଷ୍ଠ କିଟ୍‌ ଜାତୀୟ ମୁଟ୍‌ କୋର୍ଟ ପ୍ରତିଯୋଗିତା, ଚେନ୍ନାଇର ଶାସ୍ତ୍ରା ବିଶ୍ୱବିଦ୍ୟାଳୟ ଇ ସ୍କୁଲ ଚାମ୍ପିଅନ୍‌

ଭୁବନେଶ୍ବର(କେନ୍ଯୁଜ୍) : ଷଷ୍ଠ କିଟ୍‌ ଜାତୀୟ ମୁଟ୍‌ କୋର୍ଟ ପ୍ରତିଯୋଗିତା ଶେଷ ହୋଇଛି । ଏଥିରେ ଚେନ୍ନାଇର ଶାସ୍ତ୍ରା ବିଶ୍ୱବିଦ୍ୟାଳୟ ଲ ସ୍କୁଲ ଚାମ୍ପିଅନ୍‌ ହୋଇ ଏକ ଲକ୍ଷ ଟଙ୍କା ନଗଦ ଅର୍ଥରାଶି ସହ ଚାମ୍ପିଅନ ଟ୍ରଫି ହାସଲ କରିଛି । ପ୍ରତିଯୋଗିତାରେ ମୁମ୍ବାଇର ରିଜ୍‌ଭି ଲ କଲେଜ ପ୍ରଥମ ରନର୍ସ ଅପ୍‌ ହୋଇଥିବାବେଳେ ବାଙ୍ଗାଲୋରର ଖ୍ରୀଷ୍ଟ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ରନର୍ସ ଅପ୍‌ ହୋଇ ଯଥାକ୍ରମେ ୫୦ ହଜାର ଓ ୨୫ ହଜାର ଟଙ୍କା ନଗଦ ଅର୍ଥରାଶି ସହ ଟ୍ରଫି ହାସଲ କରିଛନ୍ତି । ଶାସ୍ତ୍ରା ବିଶ୍ୱବିଦ୍ୟାଳୟ ଲ ସ୍କୁଲ ଛାତ୍ର ବିଶ୍ୱାସ ଭରଦ୍ୱାଜ ଶ୍ରେଷ୍ଠ ଛାତ୍ର ଆଡଭୋକେଟ୍‌ ଭାବେ ମନୋନୀତ ହୋଇ ୧୦ ହଜାର ଟଙ୍କା ପୁରସ୍କାର ରାଶି ହାସଲ କରିଥିଲେ । ଏଥିରେ ସମଗ୍ର ଦେଶରୁ ୪୨ଟି ଲ ସ୍କୁଲର ଟିମ୍‌ ଯୋଗ ଦେଇଥିଲେ ।

kiit11ଚୂଡାନ୍ତ ପର୍ଯ୍ଯାୟ ପ୍ରତିଯୋଗିତାରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଂଜୀବ ବାନାର୍ଜୀ, ଓଡ଼ିଶା ଆଡଭୋକେଟ ଜେନେରାଲ ସୂର୍ଯ୍ଯ ମିଶ୍ର, ସୁପ୍ରିମକୋର୍ଟ ଅଡଭୋକେଟ୍‌ ସୋମ ଶେଖର ସୁନ୍ଦରେସନ, ଆଇଆଇଟି ଖଡଗୁରର ପ୍ରଫେସର ଇନ୍ଦ୍ରଜିତ ଦୁବେ, କଲିକତାର ଲ ଫାର୍ମ ସାର୍ଦ୍ଦୁଳ ଅମରଚାନ୍ଦ ମଙ୍ଗଳଦାସର ସିଦ୍ଧାର୍ଥ ଦତ୍ତ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଦେବବ୍ରତ ଦାସ ଓ କିଟ୍‌ ବିଶ୍ୱବିଦ୍ୟାଳୟର କୁଳସଚିବ ଡକ୍ଟର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିବାବେଳେ କିଟ୍‌ ଲ ସ୍କୁଲର ନିର୍ଦ୍ଦେଶକ ଡକ୍ଟର ଏନ୍‌.କେ. ଚକ୍ରବର୍ତ୍ତୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଗତ ୨୮ ତାରିଖରେ ଏହାର ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ତେବେ ଭବିଷ୍ୟତ ଓକିଲାତି ପେଶାରେ ଆଇନ୍‌ ଛାତ୍ରଛାତ୍ରୀମାନଙ୍କୁ କୁଶଳୀ କରିବା ଉଦ୍ଦେଶ୍ୟରେ ଏଭଳି ମୁଟ୍‌ କୋର୍ଟ ପ୍ରତିଯୋଗିତା କିଟ୍‌ ଲ ସ୍କୁଲ ପକ୍ଷରୁ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.