ଉଦଘାଟିତ ହେଲା ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଂଚଳରେ ମହାରାଷ୍ଟ୍ର ବ୍ୟାଙ୍କର ୬ତମ ଶାଖା

ଭୁବନେଶ୍ବର(କେନ୍ୟୁଜ୍):ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର ନୂତନ ଶାଖା ଉଦଘାଟିତ । ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଂଚଳରେ ମହାରାଷ୍ଟ୍ର ବ୍ୟାଙ୍କର ୬ତମ ଶାଖା ଉଦଘାଟନ ହୋଇଛି । ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଆଶିଷ ପାଣ୍ଡେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ଶାଖାକୁ ଉଦଘାଟନ କରିଛନ୍ତି । ଓଡ଼ିଶା ବର୍ତ୍ତମାନ ସବୁ କ୍ଷେତ୍ରରେ ପ୍ରଗତି ଆଡ଼କୁ ଗତି କରୁଛି । ସେହିକ୍ଷତ୍ରରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର ବି ଓଡ଼ିଶାବାସୀଙ୍କ ସହ ଆଗକୁ ବଢିବାକୁ ଚାହେଁ ।

ବ୍ୟାଙ୍କର ବହୁତ ଭଲ ଓ ଜନହିତକାରୀ ସ୍କିମର ଲାଭ ଓଡିଶାବାସୀ ପାଆନ୍ତୁ ବୋଲି କହିଛନ୍ତି ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ । ଓଡିଶାରେ ମହାରାଷ୍ଟ୍ର ବ୍ୟାଙ୍କର ବର୍ତ୍ତମାନ ୩୬ଟି ଶାଖା ରହିଥିବା ବେଳେ ଆହୁରି ଅଧିକ ଶାଖା ଖୋଲିବାକୁ ଯୋଜନା ରଖାଯାଇଛି । ଏହି ଅବସରରେ ବ୍ୟାଙ୍କ ପରିସରରେ ଗ୍ରାହକଙ୍କ ସୁବିଧା ଲାଗି ଏଟିଏମ ସେବା ମଧ୍ୟ ଆରମ୍ଭ କରିଛି ବ୍ୟାଙ୍କ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.