ନୂଆପଡ଼ା ଖଡ଼ିଆଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୭ ଗିରଫ, ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରିବ ପୋଲିସ

ନୂଆପଡା(କେନ୍ୟୁଜ୍):ନୂଆପଡ଼ା ଖଡ଼ିଆଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୭ ଗିରଫ। ଗିରଫ ଅଭିଯୁକ୍ତ ଖଡିଆଳ ଥାନା ଡୁଆଝର ଗାଁର । ଖଡିଆଳର ଜଣେ ସାମ୍ବାଦିକ ଏକ ହତ୍ୟା ଘଟଣାର ଖବର ସଂଗ୍ରହ ପାଇଁ ଥାନାକୁ ଯାଇଥିବା ବେଳେ ଥାନା ବାହାରେ କିିଛି ଅସାମାଜିକ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ଏନେଇ ଖଡ଼ିଆଳ ଥାନାରେ ମାମଲା ରୁଜୁ ସହ ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା। ଅପରପକ୍ଷେ ଖଡିଆଳ ଥାନା ସମ୍ମୁଖରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ସାମ୍ବାଦିକ ସମନ୍ଵୟ ସମିତି ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା ।

ଖଡିଆଳ ଏସଡିପିଓ ଧାରଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ ନେଇ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ଘଟଣାରେ ଖଡିଆଳ ପୋଲିସ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଖଡିଆଳ ଏସଡିପିଓ କହିଛନ୍ତି ।

 

Leave A Reply

Your email address will not be published.