ଅଡ଼ବା ଥାନା ଭଙ୍ଗାରୁଜା ଏବଂ ପୋଲିସ ଉପରେ ଆକ୍ରମଣ ଘଟଣା: ୭ ଅଭିଯୁକ୍ତ ଗିରଫ

ମୋହନା (କେନ୍ୟୁଜ୍): ଗଜପତି ଜିଲ୍ଲା ଅଡବା ଥାନା ଭିତରେ ପଶି ପୋଲିସକୁ ମାଡ ମାରିବା ଓ ଭଙ୍ଗାରୁଜା ଘଟଣାରେ ସଂପୃକ୍ତ ୭ ଜଣ ଅଭିଯୁକ୍ତ କୁ ଗିରଫ କରିଛି ପୋଲିସ । ଗିରଫ ଙ୍କ ମଧ୍ୟରେ ୫ ପୁରୁଷ ଓ ୨  ଜଣ ମହିଳା ଅଛନ୍ତି।  ଏନେଇ ମୋହନା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଗଜପତି ଏସପି ଜୟରାମ ଶତପଥୀ।  ଗିରଫ ଅଭିଯୁକ୍ତ ମାନେ ହେଲେ ହେଲେ ସୁନିଏଲ ମଣ୍ଡଳ, ପରୀ ଭୂୟାଁ, ରେଙ୍ଗି ରଇତ , ଦାନିଏଲ୍ ଭୂୟାଁ, ଲାଯାର ରଇତ, ରେମ୍ବେକା ଜାନୀ ଓ ଜୟାନ ରାଇକା।

ସେମାନଙ୍କ ବିରୋଧରେ ଥାନା ଉପରେ ଆତର୍କିତ ଆକ୍ରମଣ, ପୋଲିସକୁ ମାଡ ଓ ସରକାରୀ ଜିନିଷ ନଷ୍ଟ ସହ ଦେଶଦ୍ରୋହ ଭଳି ସଙ୍ଗୀନ ମାମଲା ରୁଜୁ ହୋଇଛି ଅଭିଯୁକ୍ତ ମାନଙ୍କ ନାମରେ। ଏହି ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ ଚାଲିଛି। ଘଟଣା ଦିନର ଭିଡିଓ ଫୁଟେଜ, ସିସିଟିଭି ଯାଞ୍ଚ୍ ପରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି। ଗତ ସୋମବାର ଅଡବା ଥାନା ପୋଲିସ ଝରଣପୁର ଗାଁରେ ଚଢ଼ାଉ କରି ୨୦୭ କେଜି ଗଞ୍ଜେଇ ଜବତ କରିବା ସହ ବିଶ୍ଵନାଥ ଭୂୟାଁ ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା । ତେବେ ପୋଲିସ ମିଥ୍ୟା ମାମଲା ରୁଜୁ କରିଥିବା ଅଭିଯୋଗ କରି ମଙ୍ଗଳବାର ଶତାଧିକ ଅଞ୍ଚଳବାସୀ ଅଡବା ଥାନା ଘେରାଉ କରିବା ସହ ଥାନା ଭିତରେ ପଶି ପୋଲିସକୁ ପିଟିଥିଲେ ।  ଏଥିସହ ଥାନା ଭଙ୍ଗାରୁଜା ମଧ୍ୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.