ଅକ୍ଟୋବରରେ ୭ କୋଟି ଟଙ୍କାର ସାଇବର ଠକେଇ, ୭ ଜଣଙ୍କୁ ଗିରଫ

ଭୁବନେଶ୍ବର : ଭୁବନେଶ୍ବରରେ ଅକ୍ଟୋବରରେ ୭ କୋଟି ଟଙ୍କାର ସାଇବର ଠକେଇ ସହ ୪୭୬ଟି ସାଇବର ଠକେଇ ଅଭିଯୋଗ ହୋଇଛି । ୨ ଜଣଙ୍କୁ ନୋଟିସ୍ ସହ ୭ ଜଣଙ୍କୁ ଗିରଫ କରାଯାଇଛି ।  ୭ କୋଟି ୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ସାଇବର ଠକେଇ ହୋଇଛି  । ତଦନ୍ତ କରି ୪୦ ଲକ୍ଷରୁ ଅଧିକ ଟଙ୍କା ଅଭିଯୋଗକାରୀଙ୍କୁ ଫେରାଯାଇଛି  ।

ସେହିପରି ୧ କୋଟି ୭୫ ଲକ୍ଷରୁ ଅଧିକ ଟଙ୍କା ବ୍ଳକ କରାଯାଇଛି । ଏପଟେ କଟକରେ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସାଇବର ଠକେଇ ସହ ୩୦୪ଟି ସାଇବର ଠକେଇ ଅଭିଯୋଗ ଆସିଛି । ୫ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ମାସକରେ ୨ କୋଟି ୮୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଗୋଟିଏ ମାସରେ ଠକେଇ ହୋଇଛି । ଅଭିଯୋଗକାରୀମାନଙ୍କୁ ୯୦ ଲକ୍ଷ ଟଙ୍କା ଫେରସ୍ତ ଦିଆଯାଇଛି । ୮ ଲକ୍ଷ ୫୫ ହଜାରରୁ ଊର୍ଦ୍ଧ୍ବ ଟଙ୍କା ବ୍ଲକ କରାଯାଇଛି। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

You might also like