ବାତ୍ୟା ଅସାନି ପାଇଁ ବାରଣ ସତ୍ୱେ ବି ନାଆ ନେଇ ଗଲେ ଅମାନିଆ, ୭ରୁ ଅଧିକ ଡଙ୍ଗା ଜବତ କଲା ଟାଙ୍ଗୀ ପୋଲିସ

ଟାଙ୍ଗୀ(କେନ୍ୟୁଜ୍): ଚିଲିକାକୁ ଡଙ୍ଗା ନେଇ ଯାଇଥିବା ଅମାନିଆଙ୍କୁ ସାବାଡ କରିବା ପାଇଁ ମତ୍ସ୍ୟ ବିଭାଗ ଓ ସ୍ଥାନୀୟ ପୋଲିସର ସ୍ୱତନ୍ତ୍ର ଟିମର ପଇଁତରା । ବାତ୍ୟା ଅସାନି ପାଇଁ ଚିଲିକାକୁ ଡଙ୍ଗା ନେବାକୁ ବାରଣ କରାଯାଇଥିଲା । କିନ୍ତୁ କିଛି ଅମାନିଆ ଚିଲିକାକୁ ଡଙ୍ଗା ନେଇ ଯାଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କାଳୁପଡ଼ାଘାଟ ମାଛ ପେଣ୍ଠରୁ ଚିଲିକା ଭିତରକୁ ପୋଲିସ୍‌ ଅଧିକାରୀ କୁମର ମୁଦୁଲିଙ୍କ ସହ ଫିସରୀ ଡିପାର୍ଟମେଣ୍ଟର ଡେପୁଟି ଡାଇରେକ୍ଟର ଜଗଦୀଶ ଚନ୍ଦ୍ର ପଣ୍ଡା, ଟାଙ୍ଗୀ ସହକାରୀ ଫିସରୀ ଅଫିସର ଅମୀୟ ନାୟକ ସାମିଲ ରହିଛନ୍ତି ।

ସେହିପରି ସୋରଣ ମାଛପେଣ୍ଠରୁ କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନା ଓ ବାଲୁଗାଁ ମତ୍ସ୍ୟ ଅଧିକାରୀଙ୍କ ନେତୃତ୍ୱରେ ୨ଟି ସ୍କ୍ଵାଡ ଟିମ ମିଳିତ ଭାବେ ଚଢାଉ କରିଛନ୍ତି । ମଝି ଚିଲିକାରେ ପାଟ୍ରୋଲିଂ କରି ୭ରୁ ଅଧିକ ଡଙ୍ଗା ଜବତ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.